ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସତ୍ତ୍ୱେ ବିଦେଶରୁ ପୁଞ୍ଜି ଆଣିବା ପାଇଁ ଓଡ଼ିଶା ସରକାର ତତ୍ପର ହୋଇ ଉଠିଛନ୍ତି। ବିଶେଷ କରି ଜାପାନ, ଦକ୍ଷିଣ କୋରିଆ ଓ ଆମେରିକାରୁ ପୁଞ୍ଜିପାତ ଚାହୁଁଛନ୍ତି ନବୀନ ସରକାର।

ମଙ୍ଗଳବାର ଦିନ କରୋନା ମୁକାବିଲା ବୈଠକରେ ଅଧ୍ୟକ୍ଷତା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପୁଞ୍ଜି ବିନିଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏନେଇ ଉକ୍ତ ଦେଶ ମାନଙ୍କ ସହ କଥାବାର୍ତ୍ତା ବି ଆରମ୍ଭ ହୋଇ ସାରିଲାଣି।

ଆହୁରି ମଧ୍ୟ ସରକାର ଏକ ଆଦର୍ଶ ଶିଳ୍ପ ନୀତି ଆଣିବା ପାଇଁ ଯାଉଛନ୍ତି। ଶିଳ୍ପ ସଂସ୍ଥାମାନେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାର ସମାଧାନ ପାଇଁ ଏହି ନୀତି ସହାୟକ ହେବ ବୋଲି ଆଶା କରାଯାଉଛି। ତା ଛଡ଼ା ଓଡ଼ିଶା ସରକାରଙ୍କ ତୁଙ୍ଗ ଅଧିକାରୀମାନେ ସମସ୍ତ ଚାମ୍ବର ଓ ବ୍ୟାଙ୍କ ସହିତ କଥାବାର୍ତ୍ତା କରିବେ। କରୋନା ଯୋଗୁଁ ରାଜ୍ୟର ଏମଏସଏମଇ ସେକ୍ଟରକୁ ବଡ଼ ଧକ୍କା ଲାଗିଥିବାବେଳେ ଏହାକୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ଚିନ୍ତା ଚାଲିଛି। ଲଘୁ ,କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରେ ମୁଖ୍ୟତଃ ଅଣ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକ ନିୟୋଜିତ ହୋଇଥାନ୍ତି ଯେଉଁମାନଙ୍କ ସଂଖ୍ୟା ଓଡ଼ିଶାରେ ଅଧିକ।

LEAVE A REPLY

Please enter your comment!
Please enter your name here