ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କରୋନା ଭାଇରସ୍ ପ୍ରଭାବ ବଢ଼ିବାରେ ଲାଗିଛି। ମେ’ ମାସ ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୫୬ ହଜାର ଅତିକ୍ରମ କରିଛି। ସେଥି ମଧ୍ୟରୁ ଗତ ୭ ଦିନ ମଧ୍ୟରେ ୨୩ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୮୧୧ ଜଣଙ୍କ ମୃତ୍ୟୁ ହୋଇଛି।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି। ୩୦ ଏପ୍ରିଲ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭୫ ରହିଥିଲା, ହେଲେ ୭ ଦିନ ମଧ୍ୟରେ ଏହା ବଢ଼ି ୧,୮୮୬ରେ ପହଞ୍ଚିଛି।
ଭାରତରେ କରୋନା ଭାଇରସ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୩୯୦ଟି ନୂଆ ମାମଲା ହୋଇଥିବା ବେଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୬,୩୪୨କୁ ବୃଦ୍ଧି ପାଇଛି। ଏହାସହ ମୃତ୍ୟୁ ସଂଖ୍ୟା ୧,୮୮୬ରେ ପହଞ୍ଚିଛି।
ସେହିପରି କରୋନା ସୁସ୍ଥ ହାର ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ୩୦ ଏପ୍ରିଲ ପୂର୍ବରୁ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 8 ହଜାର ଥିଲା, ଯାହା ଗତ ୭ ଦିନ ମଧ୍ୟରେ ୧୬ ହଜାରକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୨୭୩ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

















