ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍ ଅଭିନେତ୍ରୀ ଦିଶା ପଟାନୀ ଓ ଟାଇଗର ଶ୍ରର୍ଫ ବି ଟାଉନର ସବୁଠୁ ଅଧିକ ଚର୍ଚ୍ଚିତ କପଲ ମଧ୍ୟରୁ ଜଣେ। ଦୁଇଜଣ ଗତକିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଡିନର, ମୁଭି ଦେଖିବା, ଲଞ୍ଚ କରୁଥିବା ଦେଖିବାକୁ ମିଳିଛି।

କିନ୍ତୁ ଆପଣ କଣ ଜାଣିଛନ୍ତି କି ଦିଶା ଟାଇଗରଙ୍କୁ ଡେଟ୍ କରିବା ଆଗରୁ ଜଣେ ଟିଭି ଅଭିନେତାଙ୍କ ସହ ଏକ ରୋମାଣ୍ଟିକ୍ ରିଲେସନରେ ଥିଲେ।

ଦିଶା କସୌଟି ଜିନ୍ଦେଗୀ ର ଷ୍ଟାର ପାର୍ଥ ସାମଥନଙ୍କ ସହ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଡେଟ୍ କରୁଥିଲେ। ଦିଶା ସେତେବେଳେ ଫିଲ୍ମରେ ଡେବ୍ୟୁ କରିନଥିଲେ। ଏହାସହିତ ପାର୍ଥ ସେତେବେଳେ ଦିଶାଙ୍କଠୁ ଅଧିକ ଲୋକପ୍ରିୟ ଥିଲେ। ଯେତେବେଳେ ପାର୍ଥ ପୂର୍ବ ବିଗବସ୍ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ସହ ମିଶି ଦିଶାଙ୍କୁ ଧୋକା ଦେଉଥିବା କଥା ଜଣାପଡ଼ିଲା ସେତେବେଳେ ଦିଶା ପାର୍ଥଙ୍କଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା। ଏହାର କିଛିଦିନ ପରେ ପାର୍ଥ ମଧ୍ୟ ଏନେଇ ସ୍ୱୀକାର କରିଥିଲେ।

LEAVE A REPLY

Please enter your comment!
Please enter your name here