ଓଡ଼ିଶାଲାଇଭ୍ ବ୍ୟୁରୋ
୯ ମାସର ଗର୍ଭବତୀ ଅବସ୍ଥାରେ ରୋଗୀଙ୍କ ସେବା କରି ଉଦାହରଣ ପାଲଟିଛନ୍ତି କର୍ଣ୍ଣାଟକର ଜଣେ ନର୍ସ ରୁପା ପ୍ରବୀଣ।
ଦେଶ ଯେଉଁ ମାରାତ୍ମକ କରୋନା ସହ ଯୁଦ୍ଧ କରିଛି ସେଥିରେ ଯୋଦ୍ଧା ସାଜିଛନ୍ତି ସ୍ୱାସ୍ଥ୍ୟକର୍ମୀ। ନିଜ ସୁବିଧା ଭୁଲି ନିଜ ଜୀବନକୁ ବିପଦ ରେ ପକାଇ ସେମାନେ ରୋଗୀଙ୍କ ସେବା କରୁଛନ୍ତି। ସେହିମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣାଟକର ରୁପା ପ୍ରବୀଣ। ସେ ଏବେ ୯ ମାସର ଗର୍ଭବତୀ। କିନ୍ତୁ ଏହି ଅବସ୍ଥାରେ ସେ ମେଡିକାଲ ଯାଇ ନିଜ ଡ୍ୟୁଟି କରୁଛନ୍ତି। କୋଭିଡ-୧୯ ରୋଗୀଙ୍କ ସେବା କରୁଛନ୍ତି। ଯେଉଁ ସମୟରେ ସବୁଠୁ ଅଧିକ ବିଶ୍ରାମ ନେବା କଥା ସେହି ସମୟରେ ସେ କରୋନା ଯୁଦ୍ଧ କରୁଛନ୍ତି। ତାଙ୍କର ଏହି କାମ ପାଇଁ ଏବେ ସବୁଠି ତାଙ୍କର ପ୍ରଶଂସା କରାଯାଉଛି।
କର୍ଣ୍ଣାଟକର ଶିବାମୋଗାସ୍ଥିତ ଜୟଚାମାରାଜେନ୍ଦ୍ର ସରକାରୀ ଡାକ୍ତରଖାନାରେ ରୁପା କାମ କରନ୍ତି। ଏନେଇ ରୁପା କହନ୍ତି, ‘‘ମୋର ସିନିୟରମାନେ ମୋତେ ଛୁଟି ନେବାକୁ କହିଥିଲେ କିନ୍ତୁ ମୁଁ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ସେଥିପାଇଁ ମୁଁ ପ୍ରତିଦିନ ୬ଘଣ୍ଟା ଶିଫ୍ଟ କାମ କରୁଛି।
ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।