ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୋଦୀ। ଏହା ଭାରତର ଜିଡିପିର ୧୦ ପ୍ରତିଶତ।

‘‘ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତକୁ କେହି ଅଟକାଇ ପାରିବେ ନାହିଁ। ଏହି ପ୍ୟାକେଜ ଜରିଆରେ ଜମି, କୂଟୀର ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ପାଇଁ ସହାୟକ ହେବ। ଦେଶର ଶ୍ରମିକ ଏବଂ ଚାଷୀମାନେ ଏଥିରୁ ଲାଭବାନ ହେବେ। ଏହି ଆର୍ଥିକ ପ୍ୟାକେଜ ସମ୍ପର୍କରେ ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେବେ। ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆତ୍ମନିର୍ଭରଶୀଳତା ଭାରତର ୫ଟି ପିଲାର ଉପରେ ରହିଛି। ସେଗୁଡ଼ିକ ହେଉଛି ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଭୌଗଳିକ ସ୍ଥିତି ଓ ଚାହିଦା। ଚାହିଦା ପାଇଁ ସପ୍ଲାଏ ଚେନ୍‌କୁ ମଜଭୁତ କରିବାକୁ ହେବ।

Comment