ଓଡ଼ିଶାଲାଇଭ୍ ବ୍ୟୁରୋ
- ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ
- ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବଡ଼ ଘୋଷଣା
- ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟିର ୠଣ
- ୪ ବର୍ଷ ପାଇଁ ମିଳିବ ୠଣ, ଗୋଟିଏ ବର୍ଷ କିସ୍ତି ଛାଡ଼
- ଏମ୍ଏସ୍ଏମ୍ଇର ବିସ୍ତାର ପାଇଁ ୫୦ ହଜାର କୋଟି
କରୋନା ସଙ୍କଟ ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ। ଏହି ଶିଳ୍ପ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ସେକ୍ଟରକୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କାର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
୪୫ ଲକ୍ଷ ଏମ୍ଏସ୍ଏମ୍ଇ ସେକ୍ଟର ଏଥିରୁ ଉପକୃତ ହେବେ। ବାର୍ଷିକ ୧୦୦ କୋଟି ଟଙ୍କାର ନେଣଦେଣ କରୁଥିବା କମ୍ପାନି ଲାଭବାନ ହେବେ।
ଏମ୍ଏସ୍ଏମ୍ଇ ସେକ୍ଟରକୁ ୪ ବର୍ଷ ପାଇଁ ୠଣ ଦିଆଯିବ। ଗୋଟିଏ ବର୍ଷ ସେମାନଙ୍କୁ କିସ୍ତି ଦେବାରୁ ରିହାତି ମିଳିବ।
ସଙ୍କଟରେ ପଡ଼ିଥିବା ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨ ଲକ୍ଷ ଏମ୍ଏସ୍ଏମ୍ଇକୁ ଏହି ୨୦ ହଜାର କୋଟିରୁ ଲାଭ ମିଳିବ। ଏମଏସ୍ଏମ୍ଇ କ୍ଷେତ୍ରର ବିସ୍ତାର ପାଇଁ ଫଣ୍ଡସ୍ ଅଫ୍ ଫଣ୍ଡ ଜରିଆରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
କରୋନାକୁ ନେଇ ଯେଉଁ ଏମ୍ଏସ୍ଏମ୍ଇ କମ୍ପାନି ଚିନ୍ତାରେ ଅଛନ୍ତି ସେମାନଙ୍କ ପାଇଁ ଫଣ୍ଡସ୍ ଅଫ୍ ଫଣ୍ଡ ଜରିଆରେ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।