ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ମଧ୍ୟରେ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ଅପରାହଣ ୪ଟାରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା କରିଥିଲେ। ଏହି ପ୍ୟାକେଜରେ ଜମି, ଶ୍ରମ, ନଗଦ ଅର୍ଥ ଓ ଆଇନ୍ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି କୁହାଯାଇଛି। ଏଥିସହ ଏହା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପକୁ ସହାୟକ ହେବ ବୋଲି ମଧ୍ୟ ମୋଦୀ କହିଛନ୍ତି।
ଭାରତକୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଆମ ଦେଶର ଜିଡିପିର ୧୦ ପ୍ରତିଶତ ବୋଲି ମୋଦୀ ତାଙ୍କର ଅଭିଭାଷଣରେ କହିଥିଲେ।

















