ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଏକ ମାସ ମଧ୍ୟରେ ପର୍ଯ୍ୟାୟ ପର୍ଯ୍ୟାୟ ଦେଇ ଫ୍ଲାଇଟ ଉଡ଼ିବା ଆରମ୍ଭ ହେବ। ଏଥିପାଇଁ ଯାବତୀୟ ପ୍ରକାରର ନିୟମ ତିଆରି ହୋଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଣେ ଅଧିକାରୀ।

ଇତି ମଧ୍ୟରେ ସିଭିଲ ଆଭିଏସନ ମିନିଷ୍ଟ୍ରି ପକ୍ଷରୁ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଇଛି ଯେ ଏଣିକି ଏୟାର ପୋର୍ଟଗୁଡିକରେ ବୋର୍ଡିଂ ପାସକୁ ସୁରକ୍ଷା କର୍ମଚାରୀମାନେ ଆଉ ଷ୍ଟାମ୍ପିଂ କରିବେ ନାହିଁ। କରୋନା ସଂକ୍ରମଣକୁ ଦୁରେଇ ରଖିବା ପାଇଁ ଜିନିଷପତ୍ର ସ୍ପର୍ଶ ନକରିବା ଉପରେ ଜୋର ଦିଆ ଯାଉଥିବାରୁ ବୋର୍ଡିଂ ପାସ ଉପରେ ମୋହର ମାରିବା ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଅବଶ୍ୟ ଏହା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।corona symptomsଏହାଛଡ଼ା ସାମାଜିକ ଦୂରତା ପାଳନ କରିବା ପାଇଁ ବିମାନ ଉଡାଣ ସହିତ ଜଡ଼ିତ ସମସ୍ତ ବିଭାଗ ଓ କମ୍ପାନିମାନଙ୍କ ପାଇଁ ଏକ ଏସଓପି ଜାରି କରାଯାଇଛି। ଏଥିରେ ରହିଛି ଆରୋଗ୍ୟ ସେତୁ ଆପ ଡାଉନଲୋଡ଼, ବହୁ ଆଗରୁ ରିପୋର୍ଟିଂ କରିବା ଓ ବାଧ୍ୟତାମୂଳକ ୱେବ ଚେକ-ଇନ ଇତ୍ୟାଦି।

ପ୍ରକୃତରେ କେବେଠାରୁ ବୁକିଂ ଆରମ୍ଭ ହେବ ସେହି ନିର୍ଦ୍ଦେଶକୁ ବିମାନ ଚଳାଚଳ ମନ୍ତ୍ରାଳୟ ଅପେକ୍ଷା କରିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ହିଁ ଉଡାଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଗ୍ରୀନ ଜୋନରେ ଥିବା ସହରକୁ ଅନୁମତି ମିଳିପାରେ। ତେବେ ସମସ୍ୟାଟି ହେଉଛି ଦେଶର ବଡ଼ ବଡ଼ ଏୟାରପୋର୍ଟ ଏବେ ବି ରେଡ଼ ଓ ଅରେଞ୍ଜ ଜୋନ ଭିତରେ ରହିଛନ୍ତି।

Comment