ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଭୟଙ୍କର ରୂପ ନେଇଛି। ନିଜେ ପୋଡିହୋଇ ଆତ୍ମହତ୍ୟା କରିବା ସହ ନିଜର ଦୁଇ ଶିଶୁ ପୁତ୍ରଙ୍କୁ ପୋଡ଼ି ହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଭୋପାଳ ଗାଁରେ।

ଭୋପାଳ ଗାଁର ସଚିତ୍ର ସ୍ଵାଇଁ ଓ ତାଙ୍କ ପତ୍ନୀ ଲୋଭାବତୀ ସ୍ଵାଇଁଙ୍କ ମଧ୍ୟରେ କୌଣସି କାରଣରୁ କଳି ଲାଗିଥିଲା। ଏନେଇ ମହିଳା ଜଣକ ଶନିବାର ଭୋରରୁ ଘର ଭିତରୁ କବାଟ ବନ୍ଦ କରି ନିଜେ କିରୋସିନ ଢାଳି ହେବା ସହ ନିଜର ଦୁଇ ଶିଶୁପୁତ୍ରଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କର ଦଇ ପୁଅ ହେଲେ ୮ ବର୍ଷର ଅଶ୍ଵିନୀ ଓ ୩ ବର୍ଷର ଆୟୁଷ।

ପରେ ନିଆଁରେ ଜଳୁଥିବା ବଡ଼ ପୁଅର ଚିତ୍କାର ଶୁଣି ଘର ଲୋକ ଓ ପଡ଼ିଶା ଲୋକ ମିଶି କବାଟ ଭାଙ୍ଗି ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି। ଏମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମା’ ଓ ସାନ ପୁଅଙ୍କ ଅବସ୍ଥା ଜଟିଳ ହୋଇପଡିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଛି।

ବଡ ପୁଅକୁ ଏବେ ରାଜନଗର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କୁ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବାକୁ ରାଜନଗର ଡାକ୍ତରଖାନାର ଡାକ୍ତର ନିଷ୍ପତ୍ତି ନେଇଛନ୍ତି।

Comment