ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଅମ୍ପନ । ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍ଡେଟ୍ରୁ…
- ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।
- ସମୁଦ୍ର ଭିତରେ ମହାବାତ୍ୟାରର ରୂପ ନେଲା ବାତ୍ୟା ଅମ୍ପନ।
- ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ପବନ ବୋହୁଛି।
- ପବନର ବେଗ ଘଣ୍ଟାପ୍ରତି ୨୬୫ କିଲୋମିଟରକୁ ବୃଦ୍ଧି ପାଇବା ନେଇ ସମ୍ଭାବନା।
- ସମୁଦ୍ର ଭିତରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ।
- ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ଅଛି ମହାବାତ୍ୟା ଅମ୍ପନ।
- ମେ ୨୦ ତାରିଖ ଅପରାହଣରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁବ।
- ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ।
- ଦୀଘାଠାରୁ ଓ ହାଟିଆ ଦ୍ଵୀପ ମଝିରେ ଉପକୂଳ ଛୁଇଁବ ଅମ୍ପନ।
- ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।
- ଆଜି ସନ୍ଧ୍ୟାରୁ ଗଞ୍ଜାମ, ଗଜପତି, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବ।
- ୧୯ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ।
- ଉତ୍ତର ଓଡ଼ିଶାର ପାଞ୍ଚୋଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା।
- କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
- ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
- ଏହି ଜିଲ୍ଲାମାନଙ୍କୁ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମଧ୍ୟ ପଠାଯାଇଛି।
- ଖାଦ୍ୟ ସାମଗ୍ରୀକୁ ନେଇ ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ନିତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି – ଏସଆରସି ପ୍ରଦୀପ ଜେନା
- ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଡଙ୍ଗାକୁ ଭଲକରି ବାନ୍ଧି ରଖିବାକୁ ନିର୍ଦ୍ଦେଶ।