ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ଅମ୍ପନ । ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।
  • ସମୁଦ୍ର ଭିତରେ ମହାବାତ୍ୟାରର ରୂପ ନେଲା ବାତ୍ୟା ଅମ୍ପନ।
  • ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ପବନ ବୋହୁଛି।
  • ପବନର ବେଗ ଘଣ୍ଟାପ୍ରତି ୨୬୫ କିଲୋମିଟରକୁ ବୃଦ୍ଧି ପାଇବା ନେଇ ସମ୍ଭାବନା।
  • ସମୁଦ୍ର ଭିତରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ।
  • ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ଅଛି ମହାବାତ୍ୟା ଅମ୍ପନ।
  • ମେ ୨୦ ତାରିଖ ଅପରାହଣରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁବ।
  • ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ।
  • ଦୀଘାଠାରୁ ଓ ହାଟିଆ ଦ୍ଵୀପ ମଝିରେ ଉପକୂଳ ଛୁଇଁବ ଅମ୍ପନ।
  • ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

  • ଆଜି ସନ୍ଧ୍ୟାରୁ ଗଞ୍ଜାମ, ଗଜପତି, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବ।
  • ୧୯ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ।
  • ଉତ୍ତର ଓଡ଼ିଶାର ପାଞ୍ଚୋଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା।
  • କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
  • ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
  • ଏହି ଜିଲ୍ଲାମାନଙ୍କୁ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମଧ୍ୟ ପଠାଯାଇଛି।
  • ଖାଦ୍ୟ ସାମଗ୍ରୀକୁ ନେଇ ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ନିତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି – ଏସଆରସି ପ୍ରଦୀପ ଜେନା
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଡଙ୍ଗାକୁ ଭଲକରି ବାନ୍ଧି ରଖିବାକୁ ନିର୍ଦ୍ଦେଶ।

Comment