ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ବାତ୍ୟା ଅମ୍ପନ ପ୍ରଭାବରୁ ରକ୍ଷା କରିବା ପାଇଁ ଡିଲ୍ଲା ପ୍ରଶାସନ ତରଫରୁ ଯଥା ସମ୍ଭବ ଚେଷ୍ଟା ଚାଲିଛି। ଏନେଇ ବାଲେଶ୍ୱର ଜିଲ୍ଲାରେ, ବାତ୍ୟା ସମୟରେ ପରିସ୍ଥିତିର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ NDRF ଓ ODRAF ଟିମ୍ ପ୍ରସ୍ତୁତ କରାଯାଇଛି। ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତରିତ କରିବା ସହ ଆଶ୍ରୟ ସ୍ଥଳୀଗୁଡ଼ିକରେ କିପରି ସାମାଜିକ ଦୂରତା ରକ୍ଷା କରାଯିବ ସେ ଦିଗ ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି।
ତେବେ ଅମ୍ପନ ପାଇଁ କଣ ରହିବ ପୂର୍ବ ପ୍ରସ୍ତୁତି, ବାତ୍ୟା ସମୟରେ କେମିତି ରହିବେ ସତର୍କ ଏବଂ ବାତ୍ୟା ପରର ସତର୍କତା ଓ ପ୍ରସ୍ତୁତି ଟିପ୍ସ, ଏନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଗାଇଡ୍ ଲାଇନ ଜାରି କରାଯାଇଛି।
ଜାଣନ୍ତୁ ଅମ୍ପନ ପାଇଁ କଣ ରହଛି ପୂର୍ବ ପ୍ରସ୍ତୁତି-

ଜାଣନ୍ତୁ ଅମ୍ପନ ସମୟରେ କେମିତି ରହିବେ ସତର୍କ ଏବଂ ବାତ୍ୟା ପରର ସତର୍କତା ଓ ପ୍ରସ୍ତୁତି ଟିପ୍ସ-

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ଏହା ବର୍ତ୍ତମାନ ପାରାଦୀପଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଏହାସହ ପଶ୍ଚିମବଙ୍ଗଠାରୁ ୬୩୦ କିଲୋମିଟର ଦୂରରେ ରହିଛି ମହାବାତ୍ୟା। ୨୦ ତାରିଖ ଅପରାହ୍ଣରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ।


















