ଓଡ଼ିଶାଲାଇଭ୍ ବ୍ୟୁରୋ
ଅମ୍ପନ ମୁକାବିଲା ପାଇଁ ସରକାର ଜିରୋ କାଜୁଆଲ୍ଟିକୁ ଫୋକସ୍ରେ ରଖିଛନ୍ତି। ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାର ୧ ଲକ୍ଷ ୧୯ ହଜାର ୭୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରେ ୨୩, ୧୪୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୨୧୧ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।
ଭଦ୍ରକରେ ୨୬,୧୭୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩୬୬ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। କଟକରେ ୩୯୩୮ ଲୋକଙ୍କୁ ୭୬ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଗଜପତିରେ ୧୪୯୫ ସ୍ଥାନାନ୍ତରିତ ହୋଇ ୧୧ଟି ଆଶ୍ରୟସ୍ଥଳୀରେ ଅଛନ୍ତି।
ଜଗତସିଂହପୁରରେ ୯୦୬୭ ଲୋକଙ୍କୁ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ଯାଜପୁରରେ ୭୧୪୦ ଲୋକ ୨୫୨ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। କେନ୍ଦ୍ରାପଡ଼ାରେ ୩୨ ହଜାର, କେନ୍ଦୁଝରରେ ୯୨, ଖୋର୍ଦ୍ଧାରେ ୧୩୮୫, ମୟୂରଭଞ୍ଜରେ ୫ ହଜାର ୨୦, ପୁରୀରେ ୯୩୭୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।


















