ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ଥିବା ସତ୍ତ୍ୱେ ମଧ୍ୟ ଆସନ୍ତା ୨୫ ତାରିଖରୁ ସାରା ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏକ ଏସଓପି ଜାରି କରିଛି।

ସୂଚନା ମୁତାବକ ବିମାନ ଯାତ୍ରା କରିବା ସମୟରେ ଯାତ୍ରୀମାନେ ୨ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ହେବ। ସେଠାରେ ତାଙ୍କର ଥର୍ମାଲ ସ୍କ୍ରିନିଂ ହେବା ପରେ ହିଁ ଯାତ୍ରା କରିବା ପାଇଁ ଅନୁମିତ ମିଳିପାରିବ। ଏଥିସହିତ ଯାତ୍ରୀମାନେ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ତା ସହିତ ୧୪ ବର୍ଷରୁ ଅଧିକ ବୟସର ସମସ୍ତ ଯାତ୍ରୀ ବିମାନ ଯାତ୍ରା କରିବା ଆରୋଗ୍ୟ ସେତୁରେ ନିଜ ନାଁ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି ଏସଓପିରେ କୁହାଯାଇଛି।

ତତ୍ ସହିତ ଯାତ୍ରୀମାନେ ଯେଭଳି ସୁରକ୍ଷିତର ସହ ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ସେନେଇ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଘରୋଇ ଟ୍ୟାକ୍ସି ଓ ଅନ୍ୟ କୌଣସି ପରିବହନର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଗାଡ଼ିଗୁଡ଼ିକ ସାମାଜିକ ଦୂରତା ରକ୍ଷା କରି ବିମାନ ବନ୍ଦର ନିକଟରେ ପାର୍କିଂ କରାଯିବ। ଏଥିସହ ଯାତ୍ରୀମାନେ ମଧ୍ୟ ସଠିକ୍ ସାମାଜିକ ଦୂରତା ରକ୍ଷା କରି ଟ୍ୟାକ୍ସିରେ ଯାତ୍ରା କରିବେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here