ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରଫାନ୍ ଖାନ୍ ଏବଂ ୠଷି କପୁରଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କୁ  ହରାଇଲା ବଲିଉଡ ଇଣ୍ଡଷ୍ଟ୍ରି। କ୍ୟାନ୍ସରରେ ପୀଡ଼ିତ ଅଭିନେତା ମୋହିତ ବାଘେଲ ମାତ୍ର ୨୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ଆସିବାରେ ବଲିଉଡର ବହୁ ଷ୍ଟାର ଦୁଃଖ ପ୍ରକାଶ କରିଛନ୍ତି।

ମୋହିତ ତାଙ୍କ ଛୋଟ କ୍ୟାରିୟରରେ ଅନେକ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ସେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ପରିଣିତି ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ବଡ ଷ୍ଟାରଙ୍କ  ସହିତ କାମ କରିଥିଲେ।

୨୦୧୧ରେ ରିଲିଜ ହୋଇଥିବା ସଲମାନଙ୍କ ଫିଲ୍ମ ରେଡ୍ଡୀରେ ତାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୯ରେ ପରିଣିତ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ସେ ଫିଲ୍ମ ଜବରିଆଁ ଯୋଡ଼ିରେ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here