ଓଡ଼ିଶାଲାଇଭ୍ ବ୍ୟରୋ

ମହାପ୍ରଭୁଙ୍କର ସ୍ନାନଯାତ୍ରା ସମୟରେ ହେବାକୁ ଥିବା ପହଣ୍ଡିରେ ମୋଟ ୧୫୦ ସେବାୟତ ରହିବେ। ଏନେଇ ରବିବାର ସୂଚନା ଦେଇଛନ୍ତି ଦଇତାପତି ବିନାୟକ ଦାସ ମହାପାତ୍ର।

ସେ କହିଛନ୍ତି ଯେ, ଦଇତାପତି ଏକ ଗୋଷ୍ଠୀଗତ ସେବା। ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ। ମହାପ୍ରଭଙ୍କ ପହଣ୍ଡିରେ ୧୫୦ ଜଣ ସେବାୟତ ରହିବେ। ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ୫୦  ଜଣ ଲେଖାଏଁ ସେବାୟତ ପହଣ୍ଡି କରିବେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୩୦  ଜଣ ଓ ସୁଦର୍ଶନଙ୍କୁ ୨୦  ଜଣ ସେବାୟତ ପହଣ୍ଡିରେ ଆଣିବେ ବୋଲି ସେ କହିଛନ୍ତି। ଏଥିସହ ସେମାନେ ସମସ୍ତେ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ ବୋଲି ସେ କହିଛନ୍ତି।

କିଛି ଦିନ ତଳରେ ୧୦ ନିଯୋଗ ସହ ଆଲୋଚନା କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସର୍ବନିମ୍ନ ସେବାୟତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବ ବୋଲି ସୂଚନା ଦେଇଥିଲେ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here