ଓଡ଼ିଶାଲାଇଭ ବ୍ୟୁରୋ
ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ୧୯୬୪ ମସିହା ମେ’ ୨୭ରେ ହୃଦଘାତ ଯୋଗୁଁ ନେହେରୁଙ୍କ ମୃତ୍ୟୁ ଘଟିଥଲା। ହେଲେ ଆଜି ବି କୋଟି କୋଟି ଭାରତୀୟଙ୍କ ମନରେ ଅମର ଅଛନ୍ତି ନେହେରୁା ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ମରଣ କରିଛନ୍ତିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାଣନ୍ତୁ କେତୋଟି କଥା…
-ନେହେରୁଙ୍କ ଜନ୍ମ ୧୮୮୯ ନଭେମ୍ବର ୧୪ରେ ଇଲାହାବାଦରେ ହୋଇଥଧିଲା ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ମା’ଙ୍କ ନାମ ସ୍ୱରୂପାରାଣୀ ଥିଲୋ
-ନେହେରୁ କାଶ୍ମୀର ପଣ୍ଡିତ ସମୁଦାୟର ଥିବାରୁ ତାଙ୍କୁ ପଣ୍ଡିତ ହେହେରୁ ମଧ୍ୟ କୁହାଯାଏା ସେ ଶିଶୁଙ୍କୁ ବହୁତ ସ୍ନେହ କରୁଥିଲେ ସେଥିପାଇଁ ତାଙ୍କୁ ପିଲାମାନେ ଚାଚା ନେହେରୁ କହୁଥିଲୋ
-ନେହେରୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରୁଥିଲୋ ୧୯୧୨ରେ ସେ ଭାରତ ଫେରି ଓକିଲାତି ଆରମ୍ଭ କରିଥିଲୋ ୧୯୧୯ରେ ନେହେରୁଙ୍କ ମହାତ୍ମା ଗାନ୍ଧୀଙ୍କ ସହ ପରିଚୟ ହୋଇଥିଲା।
-ସେ ବାପୁଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲୋ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
-ଏମିତିକି ତାଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ମଧ୍ୟ କୁହାଯାଏା ସେ ପଞ୍ଚବାର୍ଷିକ ଯୋଜନାର ଆରମ୍ଭ କରିଥିଲୋ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲୋ ସେ ୧୯୪୭ରୁ ୧୯୬୪ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଥିଲୋ
-ନେହେରୁ ହିଁ ପ୍ରଥମେ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲୋ
-ନେହେରୁ ତାଙ୍କ ଜୀବନ କାଳ ଭିତରେ ୪ ଥର ଜେଲ ଯାଇଛନ୍ତିା