ଓଡ଼ିଶାଲାଇଭ ବ୍ୟୁରୋ

କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆଜିଠାରୁ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ ଆରମ୍ଭ ହେଉଛି। ସକାଳେ ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟପାଳ ଗଣେଶୀଲାଲ ଯୋଗ ଦେବେ। ଏହା ପରେ ମଧ୍ୟାହ୍ନରେ ପ୍ରତିଯୋଗିତା ଆରମ୍ଭ ହେବ।

ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ମଙ୍ଗଳବାର ସେମାନେ କଟକ ଆସି ଅଭ୍ୟାସ ମଧ୍ୟ କରିଛନ୍ତି।

ସେପଟେ  ଖେଳ ପାଇଁ କଟକ ସହରକୁ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତେବେ ଏହି ପ୍ରତିଯୋଗିତାରେ ଭାରତ ଭଲ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିବ ବୋଲି ବେଶ ଆଶାବାଦୀ ଅଛନ୍ତି ଖେଳପ୍ରେମୀ।

Comment