ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ପାଇଁ ଏହା ଏକ ଐତିହାସିକ ବିଷୟ। ଜାଣନ୍ତୁ ଧାରା ୩୭୦ କ’ଣ? କେବେ, କାହିଁକି ଓ କେମିତି ଲାଗୁ ହୋଇଥିଲା ଏହି ଧାରା।

ସ୍ୱାଧୀନତା ପରଠାରୁ ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ମୋଦି ସରକାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇଛି।

ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଜମ୍ମୁ-କଶ୍ମୀରକୁ ଅଲଗା କେନ୍ଦ୍ରଶାସିତ ପ୍ରଦେଶ ଓ ଲଦାଖକୁ ଅଲଗା କେନ୍ଦ୍ରଶାସିତ ପ୍ରଦେଶର ପାହ୍ୟା ଦିଆଯିବ। ଏହି ଘୋଷଣା ପରେ ଜମ୍ମୁ-କଶ୍ମୀରରେ ୧୪୪ ଲାଗୁ କରାଯାଇଛି।

ଧାରା ୩୭୦ କେବେ ଲାଗୁ ହେଲା?

ଅଗଷ୍ଟ ୧୫, ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିଥିଲା। ଠିକ୍ ସେହିଦିନ ଜମ୍ମୁ ଓ କଶ୍ମୀର ମଧ୍ୟ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ଭାରତର ସ୍ଵାଧୀନତା ସମୟରେ ରାଜା ହରି ସିଂହ ଏହାର ଶାସକ ଥିଲେ। କିନ୍ତୁ ୨୦ ଅକ୍ଟୋବର, ୧୯୪୭ରେ ‘ଆଜାଦ୍ କଶ୍ମୀର ସେନା’ ପାକ୍ ସେନା ସହ ମିଶି କଶ୍ମୀର ଉପରେ ଆକ୍ରମଣ କରି ଅଧିକାଂଶ ଅଞ୍ଚଳ ଅଧିକୃତ କରିଥିଲା। ଏହାପରେ ରାଜା ହରି ସିଂହ, ଶେଖ୍ ଅବଦୁଲ୍ଲାଙ୍କ ସହମତିରେ ଜବାହାର ଲାଲ ନେହେରୁଙ୍କ ସହ ମିଶି ୨୬ ଅକ୍ଟୋବର ୧୯୪୭ରେ ଭାରତ ସହିତ ଜମ୍ମୁ ଓ କଶ୍ମୀରକୁ ଅଲଗା କରି ଦିଆଯାଇଥିଲା।

ଭାରତୀୟ ସମ୍ବିଧାନରେ ୧୭ ନଭେମ୍ବର ୧୯୫୨ରୁ ଲାଗୁ କରାଯାଇଛି। ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶେଖ୍ ଅବଦୁଲ୍ଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ମଧ୍ୟରେ ‘ଦିଲ୍ଲୀ ବୁଝାମଣା’ ହୋଇଥିଲା।

୧୪ ମେ’ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅନୁଚ୍ଛେଦ ୩୫ ଏ’କୁ ଭାରତୀୟ ସମ୍ବିଧାନ ସହ ଯୋଡ଼ି ଦିଆଗଲା।

ଧାରା ୩୭୦ କ’ଣ?

୩୭୦ ଧାରା ଅନୁସାରେ ସମ୍ବିଧାନକୁ ଜମ୍ମୁ-କଶ୍ମୀର ବିଷୟରେ ରକ୍ଷା, ବୈଦେଶିକ ମାମଲା ଏବଂ ଦୂରସଞ୍ଚାର ବିଷୟରେ ନିଷ୍ପତି ନେବାରେ ଅଧିକାର ଅଛି।

ରକ୍ଷା, ବେଦୈଶିକ ମାମଲା ଏବଂ ଦୂରସଞ୍ଚାର ଛାଡ଼ି ଦେଲେ ଅନ୍ୟ ନିଷ୍ପତି ନେବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ।

ଏହି ଧାରା ଅନୁସାରେ ଜମ୍ମୁ-କାଶ୍ମୀରର ସ୍ଵତନ୍ତ୍ର ସମ୍ବିଧାନ ରହିଛି।

ଜମ୍ମୁ କାଶ୍ମୀର ପାଖରେ ୨ଟି ଜାତୀୟ ପତାକା ଅଛି। ଗୋଟେ ଜମ୍ମୁ କଶ୍ମୀରର ରାଷ୍ଟ୍ରୀୟ ପତାକା ଅନ୍ୟଟି ଭାରତର ଜାତୀୟ ପତାକା ଅଛି।

ଅନୁସାରେ କାଶ୍ମୀରରେ ରହୁଥିବା ଅସ୍ଥାୟୀ ବାସିନ୍ଦା କଶ୍ମୀରରେ ଜମି କିଣିପାରିବେ ନାହିଁ।

ଜମ୍ମୁ କଶ୍ମୀରର ନାଗରିକମାନଙ୍କୁ ୨ ପ୍ରକାରର ନାଗରିକତା ମିଳିଛି। ଗୋଟେ ଜମ୍ମୁ-କଶ୍ମୀରର ଅନ୍ୟଟି ଭାରତର।

ଭାରତର ଅନ୍ୟ କୌଣସି ରାଜ୍ୟ ନିବାସୀ ଜମ୍ମୁ କଶ୍ମୀର ସ୍ଥାୟୀ ନିବାସୀ ହୋଇପାରିବେ ନାହିଁ।

ଯଦି କେଉଁ କଶ୍ମୀରର ମହିଳା ଭାରତୀୟ ପୁରୁଷକୁ ବିବାହ କରେ, ତେବେ ତାହାର କଶ୍ମୀର ନାଗରିକତା ରହିବନି। କିନ୍ତୁ ଯଦି କେଉଁ କଶ୍ମୀର ମହିଳା ପାକିସ୍ତାନୀକୁ ବିବାହ କରେ, ତେବେ ସେହି ମହିଳାର କଶ୍ମୀର ନାଗରିକତ୍ୱ ହଟିବ ନାହିଁ।

କଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ବି ଭାରତର ନାଗରିକତ୍ଵ ମିଳିଯାଏ।

ଜମ୍ମୁ-କଶ୍ମୀରରେ ଭାରତର ଜାତୀୟ ପତକାକୁ ଅପମାନ କରିବା ଅପରାଧରେ ଅନ୍ତର୍ଭୁକ୍ତ ହୁଏ ନାହିଁ।

ଭାରତ ସମ୍ବିଧାନରେ କୌଣସି ସଂଶୋଧନ କରାଗଲେ, ତାହା ଜମ୍ମୁ-କଶ୍ମୀର ଉପରେ ଲାଗୁ ହେବ ନାହିଁ।

Comment