ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିପାରନ୍ତି। ଏହିଭଳି ଏକ ଖବର ଆସୁଛି। ମେ’ ୩୧ରେ ଶେଷ ହେଉଥିବା ତାଲା ବନ୍ଦକୁ ଜୁନ ୧୪ ପର୍ଯ୍ୟନ୍ତ ବଢ଼ା ଯାଇପାରେ। କିନ୍ତୁ କଟକଣା ଆହୁରି କୋହଳ କରାଯାଇପାରେ।

ପଞ୍ଚମ ଥର ଲକଡାଉନ ଏକଦମ ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ଉଦ୍ଦିଷ୍ଟ ରହିବ। ଲକଡ଼ାଉନ ୫.୦ ଦେଶର ପ୍ରମୁଖ ୧୧ଟି ସହର ପାଇଁ ଲାଗୁ ହେବ, ଯେଉଁଠି ଦେଶର ମୋଟ କରୋନା ମାମଲାର ୭୦ ପ୍ରତିଶତ ଆସିଛି।

ଏହି ସହରଗୁଡିକ ହେଲା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, କୋଲକତା, ପୁନେ, ଥାନେ, ଜୟପୁର, ସୁରତ ଓ ଇନ୍ଦୋର। ଲକଡ଼ାଉନକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କରୋନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ବିଗତ ୧୪ ଦିନ ଭିତରେ ମାମଲା ଦୁଇଗୁଣିତ ହୋଇଛି। କିନ୍ତୁ ସରକାର ସବୁ କିଛି ସ୍ୱାଭାବିକ କରିବା ମୁଡରେ ରହିଛନ୍ତି।

ଲକଡ଼ାଉନ ୫.୦ରେ କଣ ସବୁ କରିବେ ବା ନକରିବେ ସେନେଇ ରାଜ୍ୟ ସରକାରମାନଙ୍କୁ ପୂରା କ୍ଷମତା ଦିଆଯିବ। ତେବେ କିଛି କଟକଣା ସହ ସମଗ୍ର ଦେଶରେ ଧାର୍ମିକ ସ୍ଥଳ ଓ ଜିମ ଖୋଲିବା ପାଇଁ ଅନୁମତି ମିଳିପାରେ। ହେଲେ ସପିଙ୍ଗ ମଲ, ସିନେମା ହଲ ଓ ଶିକ୍ଷାନୁଷ୍ଠାନ ପୂର୍ବ ପରି ବନ୍ଦ ରହିବ।

Comment