ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ ଅଫିସର ଭୁପିନ୍ଦର ସିଂହ ପୁନିଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶା ସ୍କୁଲ ଏଜୁକେସନ ଅଥରିଟି ବା ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି। ସୋମବାର ଦିନ ସେ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।
୨୦୦୮ ବ୍ୟାଚର ଆଇଏଏସ ପୁନିଆଙ୍କୁ ଅମରେନ୍ଦ୍ର ପଟ୍ଟନାୟକଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ କରାଯାଇଛି। ଅମରେନ୍ଦ୍ର ପଟ୍ଟନାୟକ ଅବସର ଗ୍ରହଣ କରିବା ପରେ ଏହି ପଦ ଖାଲି ପଡ଼ିଥିଲା।
ଦାୟିତ୍ୱ ଗ୍ରହଣ କରିବା ପରେ ପୁନିଆ କହିଛନ୍ତି ଯେ, ଯୁକ୍ତ ୨ ଶ୍ରେଣୀର ବାକି ତକ ପରୀକ୍ଷା କରାଇବା ଓ ଖାତା ମୂଲ୍ୟାୟନ ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। କୋଭିଡ ଗାଇଡଲାଇନ ଆଧାରରେ ପରୀକ୍ଷା କରିବା ଓ ଫଳ ପ୍ରକାଶ କରିବା ହେଉଛି ବୋର୍ଡର ସମସ୍ତଙ୍କ ପାଇଁ ଏକ ଆହ୍ୱାନ।
















