ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ନିକଟ ଗୁରୁମାଈଗୁଡ଼ା ଘାଟିରେ ଭ୍ୟାନ୍ ଓଲଟି ପ୍ରାଣ ହରାଇଲେ ୨ ମହିଳା। ଏଥିସହ ଏହି ଦୁର୍ଘଟଣାରେ ଆଉ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି।

ବୁଧବାର ବୋରିଗୁମ୍ମାରୁ ଏହି ବରଯାତ୍ରୀ ଭ୍ୟାନଟି ଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଯାଉଥିଲା। ହେଲେ ବିଂଶିପୁର ଥାନ ଗୁରୁମାଈଗୁଡ଼ା ଘାଟିରେ ଏହି ଭ୍ୟାନଟି ଓଲଟି ପଡ଼ିଥିଲା। ଯେଉଁଥିରେ ଭ୍ୟାନ ଭିତରେ ଥିବା ୨ ଜଣ ମହିଳା ପ୍ରାଣ ହରାଇଛନ୍ତି।

ଏଥିସହ ଅନ୍ୟ ୨୦ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାକି ୧୬ ଜଣ ସାମାନ୍ୟ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comment