ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲକଡାଉନ ଓ ସଟଡାଉନ ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
  • ଜୁନ ମାସରେ ୮ ଦିନ ସଟଡଉନ, ୩୦୦ ଘଣ୍ଟାର ନାଇଟ କର୍ଫ୍ୟୁ ମାନିବାକୁ ଅପିଲ୍‌
  • ଜରୁରୀ କାମ ନଥିଲେ ଗରୁ ନବାହାରିକାବୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
  • ମୌସୁମୀ ବର୍ଷା ପ୍ରତି ସତର୍କ ରହିବାକୁ କହିଲେ
  • କରୋନା ଲଢ଼େଇରେ ଜୁନ ମାସ ନିର୍ଣ୍ଣାୟକ ହେବ

‘‘ଜୁନ୍ ମାସ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏବେ ଭାରତରେ ସଂକ୍ରମଣ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆମ ରାଜ୍ୟରେ ଜୁନ୍‌ ମାସରେ ୮ ଦିନ ସଟ୍‌ଡାଉନ୍‌‌ ଏବଂ ୩୦୦ ଘଣ୍ଟାର ନାଇଟ କର୍ଫ୍ୟୁ ଜାରି କରିଛୁ। ଏହାକୁ ସମସ୍ତେ ମାନନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କରୋନା ପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଜରୁରୀ କାମ ନଥିଲେ ଗଣୁ ନବାହାରିବାକୁ ଅପିଲ କରିଛନ୍ତି। ଏହାସହ ନାଇଟ କର୍ଫ୍ୟୁ ଏବଂ ସଟ୍‌ଡାଉନ୍‌ କାହିଁକି ଲାଗୁ କରାଗଲା ବୋଲି ଯେଉଁ ପ୍ରଶ୍ନ ଉଠୁଥିଲା ସେ ସମ୍ପର୍କରେ ବି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

‘‘ଆଗକୁ ମୌସୁମୀ ଆସୁଛି। ଜୁନ୍‌ ୧୦ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସଜିନରେ ଥଣ୍ଡ, କାଶ, ଛିଙ୍କ, ଜ୍ୱର ଅଧିକ ଦେଖାଦେଇଥାଏ। ଏଣୁ ୨୫ ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କରୋନା ଲଢ଼େଇରେ ଜୁନ୍‌ ମାସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସାଢ଼େ ୪ କୋଟି ଭାଇ ଭଉଣୀଙ୍କ ସୁରକ୍ଷା ମୋ’ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏଣୁ ୧୧ଟି ଜିଲ୍ଲାରେ ଜୁନ ମାସର ସବୁ ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତ୍ତି ନେଇଛୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

‘‘ଜୁନ ମାସରେ ସପ୍ତାହକୁ ଦୁଇ ଦିନ ଏବଂ ମାସକୁ ୮ ଦିନ ସଟ୍‌ଡାଉନ୍‌ ରହିବ। ଏହି ୮ ଦିନ ଆମେ ପୂରା ଘରେ ରହିବା। କରୋନା ସଂକ୍ରମଣଠାରୁ ଆମେ ପୂରା ୮ ଦିନ ଦୂରରେ ରହିବା। ଏହାସହ ପ୍ରତିଦିନ ରାତି ୭ଟାରୁ ସକାଳ ୫ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁକୁ ମାନିବା। ଆପଣମାନେ ବାହାରକୁ ନଆସିଲେ କରୋନା ଘରକୁ ଯିବନାହିଁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment