ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ଇଶ୍କ-ଭିଶ୍କ’, ‘ମେନ୍ ହୁଁ ନା’, ‘ବିବାହ’ ଏବଂ ‘ଜଲି ଏଲଏଲବି’ ଭଳି ଫିଲ୍ମରେ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ଅଭିନେତ୍ରୀ ଅମ୍ରିତା ରାଓ। କମ ଫିଲ୍ମ କରିଛନ୍ତି ସତ, କିନ୍ତୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେ। କେବଳ ହିନ୍ଦୀ ଫିଲ୍ମ ନୁହେଁ ତେଲୁଗୁ ସିନେମାରେ ବି ସେ ତାଙ୍କର ଅଭିନୟ ଦେଖାଇଛନ୍ତି।
ହେଲେ ସବୁଠୁ ଅଧିକ ଲୋକପ୍ରିୟତା ସେ ସାହିଦ କପୁରଙ୍କ ସହ ବିବାହ ଫିଲ୍ମରୁ ପାଇଥିଲେ। ଏହି ଫିଲ୍ମକୁ ଦର୍ଶକ ଏଭରଗ୍ରୀନ ଫିଲ୍ମ ଭାବେ ଗ୍ରହଣ କରିଛନ୍ତି।
ଖୁବ୍ କମ୍ ଲୋକ ଜାଣନ୍ତି ଯେ ସାହିଦ କପୁରଙ୍କ ବିପକ୍ଷରେ ଫିଲ୍ମ ‘ବିବାହ’ ପାଇଁ ଅମ୍ରିତା ୪ ଘଣ୍ଟା ଇଣ୍ଟରଭ୍ୟୁ ଦେଇଥିଲେ। ଫିଲ୍ମର ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ଅମୃତାଙ୍କୁ ପ୍ରେମଚାନ୍ଦଙ୍କ ଏକ ପୁସ୍ତକ ପଢ଼ିବାକୁ କହିଥିଲେ। ଅମ୍ରିତାଙ୍କ ହିନ୍ଦୀ ପରୀକ୍ଷା କରିବାକୁ ଫିଲ୍ମର ନିର୍ଦ୍ଦେଶକ ଏଭଳି କରିଥିଲେ। ଶେଷରେ ଅମୃତା ଏହି ଫିଲ୍ମ କରି ହିଟ୍ ହୋଇଥିଲେ।