ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଜବତ ହେଲା ବ୍ରାଉନ ସୁଗାର। କଟକ ପୀର ବଜାରରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ, ଯାହାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଏଥିରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣ ଚନ୍ଦ୍ର ଦାସ।

ପୂର୍ଣ୍ଣ ଚନ୍ଦ୍ରଙ୍କ ଘର କଟକ ଜିଲ୍ଲା ସାଲେପୁରର ଶିଶୁଆ ଅଞ୍ଚଳରେ। ସେ ବାଲେଶ୍ଵରରୁ ବ୍ରାଉନ ସୁଗାର ଆଣି ସାଲେପୁର ଓ କଟକର ବିଭିନ୍ନ ଅଞ୍ଚଳରେ ବିକ୍ରି କରନ୍ତି। ଆଜି ବାଇକରେ ବ୍ରାଉନ ସୁଗାର କାରବାର ବେଳେ ପୋଲିସ ଚଢ଼ାଉ କରି ପୂର୍ଣ୍ଣ ଚନ୍ଦ୍ରଙ୍କୁ ଗିରଫ କରିଛି।

ଏହାପୂର୍ବରୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳରୁ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା। ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ଭୁବନେଶ୍ଵର, କଟକ, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ଵର ନିଶା କାରାବାରର ହବ୍‌ ପାଲଟିଛି। ବାହାର ରାଜ୍ୟ ଓ ଦେଶରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଏଠାକୁ ଆସି ବିକ୍ରି ହେଉଛି। ଏନେଇ ଅବକାରୀ ବିଭାଗ ତନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here