ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ମଧ୍ୟରେ ଏଣିକି ସୁରକ୍ଷିତ ଭାବେ କରିପାରିବେ ବିବାହ ଆୟୋଜନ। oyoର ଓ୍ଵେଡିଂଜ୍‌.ଇନ୍‌ ଆରମ୍ଭ କରୁଛି ‘ଓ୍ଵେଡିଂଜ୍‌ ସେଫ୍‌’ କାର୍ଯ୍ୟକ୍ରମ। oyoର ଓ୍ଵେଡିଂଜ୍‌.ଇନ୍‌ ଭାରତର ସବୁଠାରୁ ବଡ଼ ବିବାହ ସଂସ୍ଥା। କରୋନା ମହାମାରୀ ସମୟରେ ଏହି ସଂସ୍ଥା ଏବେ ଲୋକଙ୍କ ସୁରକ୍ଷିତ ବିବାହ ଆୟୋଜନ କରିବାର କାର୍ଯ୍ୟକ୍ରମ ଆରମ୍ଭ କରୁଛି।

ଏହା ମାଧ୍ୟମରେ ଓୟୋ ବିବାହରେ ଯୋଗ ଦେଉଥିବା ଅତିଥିମାନଙ୍କୁ ସୁରକ୍ଷିତ ରଖିବ। ବିବାହ ଉତ୍ସବ ବେଳେ ସମସ୍ତ କୋଭିଡ୍‌ ନିୟମ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ଓୟୋ ଦେଶର ୫୦ଟି ସହରର ୧,୨୫୦ଟି ସ୍ଥାନରେ ଆରମ୍ଭ କରିବ।

ବିବାହ ଆୟୋଜନ ବେଳେ ଓୟୋ ଲୋକଙ୍କ ସୁରକ୍ଷା ପାଇଁ ବିବାହ ମଣ୍ଡପକୁ ସାନିଟାଇ କରିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ ଗୁରୁତ୍ଵ ଦେବ।

ଏହି ଦିଗ ଉପରେ ଗୁରୁତ୍ଵ

  • ବିବାହ ପୂର୍ବରୁ ମଣ୍ଡପକୁ ସାନିଟାଇଜ କରିବା ସହ ବିଶ୍ରାମଘର ଓ ଓ୍ଵାସ ରୁମ୍‌କୁ ସଫା ସୁତରା ରଖାଯିବ।
  • ସମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରବେଶ ବେଳେ ସିକ୍ୟୁରିଟିଗାର୍ଡ କିମ୍ଵା ସେନ୍ସର ଚାଳିତ ଗେଟ୍‌ ବ୍ୟବହାର କରାଯିବ।
  • ହାତ ଧୋଇବା ପାଇଁ ସାନିଟାଇଜ ଷ୍ଟେସନ ଖୋଲାଯିବ, ଯେଉଁଠି ଅତିଥିମାନେ ଏକାଧିକବାର ହାତ ଧୋଇପାରିବେ।
  • ଖାଦ୍ୟ ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ। ବିବାହ ବଳେ ଭୋଜି ପାଇଁ କିଣା ଯାଇଥିବା କଞ୍ଚାମାଲ୍‌କୁ ପରିସ୍କାର ଭାବେ ଧୁଆଯିବା ସହ ରୋଷେଇ ଘରକୁ ପରିସ୍କାର ରଖାଯିବ।

Comment