ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଦୁଇଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ। ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ସହ ଜନ୍ମଦିନ ପାଳିବାକୁ ଯାଇଥିବା ବେଳେ ହୋଟେଲ କର୍ମଚାରୀ ତାଙ୍କ ଭିଡିଓ କରି ତାଙ୍କୁ ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଛି।

ଯୁବତୀ ଜଣକ ଅଭିଯୋଗ ଅନୁଯାୟୀ, ନୟାପଲ୍ଲୀସ୍ଥିତ ଏକ ହୋଟେଲରେ ରୁମ୍‌ ଭଡ଼ା ନେଇଥିଲେ। ତେବେ ସେ ଘରକୁ ଫେରିବା ପରେ ତାଙ୍କ ନିକଟକୁ ବିଭିନ୍ନ ନମ୍ଵରରୁ ଫୋନ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଭିଡିଓ କରିଛନ୍ତି ଓ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ସେମାନେ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ।

ଏହାପରେ ଯୁବତୀ ଜଣକ ୨୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ଏନେଇ ସେ ତାଙ୍କୁ ବନ୍ଧୁମାନଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଟଙ୍କା ନେବାକୁ ଆସିଥିବା ହୋଟେଲ କର୍ମଚାରୀଙ୍କୁ ଯୁବତୀ ଓ ତାଙ୍କ ବନ୍ଧୁମାନେ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ଯୁବତୀ ଜଣକ ଏନେଇ ନୟାପଲ୍ଲୀ ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି।

Comment