ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏଣିକି କୋଭିଡ ଗାଇଡଲାଇନ ମାନି ହୋଟେଲ, ରେସ୍ତୋରାଁ ଏବଂ ବାର୍‌ ଆଦିରେ ବସି ଖାଇପାରିବେ ଗ୍ରାହକ। ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ବାର୍‌ଗୁଡ଼ିକୁ ଗ୍ରାହକମାନଙ୍କ ପାଇଁ ଖୋଲିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଏସବୁକୁ ଖୋଲାଯିବ କି ନାହିଁ ସେ ସଂପର୍କରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ଓଡ଼ିଶା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ, ପଶ୍ଚିମଓଡ଼ିଶା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ, ସମ୍ଵଲପୁର, ଝାରସୁଗୁଡ଼ା ଏବଂ ରାଉରକେଲା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନକୁ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ଆର ଯାଦବ ଏକ ଚିଠି କରିଛନ୍ତି।BGUଅଗଷ୍ଟ ୩୧ ତାରିଖରେ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ଵାରା ଜାରି କୋଭିଡ-୧୯ ସଂକ୍ରମଣ ରୋକିବା ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିଥିଲେ। ଏହି ନିର୍ଦେଶନାମାର ଧାରା- ୨ ଆଧାରରେ ଗତକାଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଏସଓପି ପାଳନ କରି ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ବାର୍‌ ଆଦିକୁ ଗ୍ରାହକଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି।

Comment