ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ଵାସ୍ଥ୍ୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ସ୍ଵାସ୍ଥ୍ୟ ବାବଦକୁ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଯାହା ବିଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକା।

  • ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ପରିବାର ପିଛା ୫ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବିମା ଯୋଗାଇ ଦିଆଯିବ। ଏନେଇ ୧ ହଜାର ୧ଶହ ୮କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
  • ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ଅଧିନରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇ ଦେବା ପାଇଁ ୫ ଶହ ୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
  • ସ୍ଵାସ୍ଥ୍ୟସେବା, ଆମ୍ଵୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧିନରେ ୧ହଜାର ୬ଶହ ୫୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
  • ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ବିଶ୍ଵସ୍ତରୀୟ କରିବା ପାଇଁ ଆଗାମୀ ୨ବରଷ ମଧ୍ୟରେ ୧ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯିବ।
  • ନିର୍ମଳ ଯୋଜନାରେ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାମାନର ଉନ୍ନତି, ଲଣ୍ଡ୍ରି, ସୁରକ୍ଷା, ଉଦ୍ୟାନ ଓ ଲିପ୍ଟ ସେବା ପାଇଁ ୩୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
  • ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା, ସୁନ୍ଦରଗଡ଼, ତାଳଚେର ଓ କନ୍ଧମାଳଠାରେ ୭ଟି ନୂତନ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
  • ଭୁବନେଶ୍ଵର ଓ ଅନୁଗୁଳରେ ଥିବା ESI ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ୨୨୦ ଡାକ୍ତର ଓ ସହକାରୀ ସ୍ଵାସ୍ଥ୍ୟ କର୍ମୀ ପଦବୀ ସୃଷ୍ଟି ଓ ରାଜ୍ୟ କର୍ମଚାରୀ ବୀମା ପାଇଁ ୪୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

Comment