ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବଜେଟ ଆଗତ କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶା ସରକାର କାଗଜବିହୀନ ବଜେଟ ବିଧାନସଭାରେ ଆଣିଛନ୍ତି। ଏହାକୁ କୁହାଯାଉଛି ‘ଗ୍ରୀନ ବଜେଟ’। ଏହାଦ୍ୱାରା ୭୫ ଲକ୍ଷ ପୃଷ୍ଠାର କାଗଜ ବଞ୍ଚାଇ ପାରିଛନ୍ତି ସରକାର। ଏହା ଫଳରେ ୧୦୦୦ ଗଛକୁ ବଞ୍ଚା ଯାଇପାରିଛି।

ଏବର୍ଷର ବଜେଟର ୨୦ଟି ମୁଖ୍ୟ କଥା ନିମ୍ନରେ ଦିଆଗଲା:-

୧. ମୋଟ ବଜେଟ ପରିମାଣ ଦେଢ଼ ଲକ୍ଷ କୋଟି ଟଙ୍କାରେ ସୀମିତ ରଖାଯାଇଛି।

୨. ଖୋଲା ବଜାରରୁ ଋଣ ଆଣିବା ୨୫ ହଜାର କୋଟି ଟଙ୍କାରେ ସୀମିତ ରହିଛି।

୩. କୃଷି ପାଇଁ ବଜେଟରେ ୧୯୪୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୪. କାଳିଆ କାର୍ଯ୍ୟକ୍ରମ ଜରିଆରେ ୪୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି।

୫. କାଳିଆ ଯୋଜନା ବାବଦକୁ କୃଷକଙ୍କ ଆକାଉଣ୍ଟକୁ ୫୧୧୫ କୋଟି ଟଙ୍କା ଦିଆଯାଇଛି।

୬. କାଳିଆ ଯୋଜନା ଅଧୀନରେ ବିନା ସୁଧରେ ଋଣ ଦେବା ପାଇଁ ୭୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

୭. ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ବଜେଟରେ ୧୦୬୦ କୋଟି ଟଙ୍କା ରଖାଯାଇଛି।

୮. ପୁରୀ ସହରର ଉନ୍ନତି ପାଇଁ ଅବଢ଼ା ଯୋଜନା ବାବଦକୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୯. ଏସ୍‌ସିବି ମେଡିକାଲ କଲେଜ ଉନ୍ନତି ପାଇଁ ୧୦୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

୧୦. ଶିକ୍ଷା ଓ କୌଶଳ ବିକାଶ ପାଇଁ ଅର୍ଥ ମନ୍ତ୍ରୀ ୨୨୬୩୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

୧୧. ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅର୍ଥ ମନ୍ତ୍ରୀ ୩୨୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

୧୨. ଜଳ ଜୀବନ ମିଶନ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।

୧୩. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ପାଇଁ ଅର୍ଥମନ୍ତ୍ରୀ ୩୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି।

୧୪. ୨୦୨୦-୨୧ ବର୍ଷ ପାଇଁ ଅର୍ଥ ନିଅଣ୍ଟ ପରିମାଣ ମୋଟ ଜିଡିପିର ୩ ପ୍ରତିଶତ ରହିବ।

୧୫. ଲିଙ୍ଗରାଜ ମନ୍ଦିର ଚାରିପଟ ଯାତାୟତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

୧୬. ଏଥି ମଧ୍ୟରୁ ଆସନ୍ତା ଆର୍ଥିକ ବର୍ଷରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୧୭. ମଧୁବାବୁ ପେନସନ ଯୋଜନା ପାଇଁ ୧୭୧୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

୧୮. ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଇଁ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ  ୯୨୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

୧୯. ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୦ ପାଇଁ ୭୦ କୋଟି ଟଙ୍କା ଇପିକଲକୁ ଦିଆଯିବ।

୨୦. ବିଧାୟକ ପାଣ୍ଠି ବାବଦକୁ ୪୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବଜେଟରେ।

Comment