ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ।। ଢେଙ୍କାନାଳ ଜିଲ୍ଲା ଗଜମରାଠାରେ କଲ୍ୟାଣୀ ଷ୍ଟିଲ୍ସ ଲିମିଟେଡ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥିନିମନ୍ତେ କମ୍ପାନି ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି।

ଟିଟାନିୟମ ମେଟାଲ ଏବଂ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍‌ଚରିଂ ୟୁନିଟ ନିର୍ମାଣ ଲାଗି ଏହି ଚୁକ୍ତି ହୋଇଛି। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରୁ କାମ ଆରମ୍ଭ ହୋଇ ୨୪ ମାସ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ହୋଇଛି। ଏହା ପରେ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରହିଛି।

ଏହି ପ୍ରକଳ୍ପ ପାଇଁ ୧୧ ହଜାର ୭୫୧ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଦୁଇଟି ପର୍ଯ୍ୟାୟରେ ପୁଞ୍ଜ ନିବେଶ କରାଯିବ। ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ଓଡ଼ିଶାରେ ଦକ୍ଷତା ବିକାଶ, ସ୍ଥାନୀୟ ନିଯୁକ୍ତି ଓ ରୋଜଗାର ସୁଯୋଗ ସହ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଲୋକେସବା ଭବନର କନଭେନ୍ସନ ହଲରେୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହୋଇଥିବା ଚୁକ୍ତି ସ୍ୱାକ୍ଷର ଅବସରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, କଲ୍ୟାଣୀ ଷ୍ଟିଲ୍‌ର ନିର୍ଦ୍ଦେଶକ ଅମିତ ବି କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

Tags: #OdishaGovt #MoU #OdishaGovtSignedMoUwithKalyaniSteel #AerospaceComponentsManufacturing #CMOdisha #NaveenPatnaik

LEAVE A REPLY

Please enter your comment!
Please enter your name here