ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ହେଲା। ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବୁଧବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ବୁଧବାର ଅପରାହ୍ଣ ଗୋଟାଏ ୧୫ ମିନିଟରେ ଧାର୍ଯ୍ୟ ଶୁଭଲଗ୍ନରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ନଡ଼ିଆ ବାଡ଼ାଇ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରିଛନ୍ତି। ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ନାମ ସଂକୀର୍ତ୍ତନ ଶୋଭାଯାତ୍ରା ଚାଲିବ।

ପରିକ୍ରମା ପ୍ରକଳ୍ପ ହେବା ଫଳରେ ଶ୍ରଦ୍ଧାଳୁମାନେ ବିନା ବାଧାରେ ମନ୍ଦିର ପରିକ୍ରମା କରିପାରିବେ। ମହାପ୍ରଭୁଙ୍କ ଦର୍ଶନ ଆହୁରି ସହଜ ହେବ।

Tags: #SriMandir #ParikramaProject #Devotees #Puri #ଶ୍ରୀମନ୍ଦିରପରିକ୍ରମାପ୍ରକଳ୍ପ

LEAVE A REPLY

Please enter your comment!
Please enter your name here