ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ଲାଗି ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ।

ହିଞ୍ଜିଳିଠାରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ହିଞ୍ଜିଳିରୁ ବିଜେଡିର ବିଜୟ ଯାତ୍ରା ଆରମ୍ଭ ହେଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, “ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରିବା ସହ ଅପପ୍ରଚାର କରୁଛନ୍ତି। ଏଭଳି ହୀନ ଚକ୍ରାନ୍ତ କରି କେହି କେବେ ସଫଳ ହେବେନି। ଲୋକଙ୍କ ଆଶୀର୍ବାଦ ଏବଂ ସମର୍ଥନ ବିଜେଡିକୁ ବିଜୟୀ କରିବ।”

ସେ ଆହୁରି ମଧ୍ୟ କହିଥିଲେ ଯେ, ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସମସ୍ତଙ୍କ ପାଇଁ କାମ କରିଚାଲିଛି ଓ ଶେଷ ଯାଏଁ କରିବି। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ବୁଧବାର ଦିନ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

Tags: #Politics #OdishaPolitics #NaveenPatnaik #CMOdisha #OdishaElections2024 #Hinjili

LEAVE A REPLY

Please enter your comment!
Please enter your name here