ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଏହା ହେଉଛି ଦ୍ଵିତୀୟ ବଜେଟ୍‌। ନିରଞ୍ଜନ ପୂଜାରୀ ଦ୍ୱିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରୁଛନ୍ତି।

ଏଥର ରାଜ୍ୟ ସରକାର ପ୍ରଥମ ଥର ପାଇଁ ଇ-ବଜେଟ୍‌ ଉପସ୍ଥାପନ କରୁଛନ୍ତି। କାଗଜ ଏବଂ ବୃକ୍ଷ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଇ-ବଜେଟ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥମନ୍ତ୍ରୀ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭ରୁ ୭.୫ ପ୍ରତିଶତ ରହିବ ବୋଲି ଆଶା ରହିଛି।

ଏଥର ମହିଳା, କୁପୋଷଣକୁ ନେଇ ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ରେ କୃଷକ ସଶକ୍ତିକରଣ ଉପରେ ଫୋକସ୍‌ ଦେଇଛନ୍ତି।

ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଜେଟ୍‌ ପୁସ୍ତିକା ଭେଟି ଦେଇଥିଲେ। ହେଲେ ଏଥର ପୁସ୍ତିକା ଛପା ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପେନ୍‌ଡ୍ରାଇଭ୍‌ ଓ ଟ୍ୟାବ୍‌ରେ ବଜେଟ୍‌ ଭେଟି ଦେଇଥିଲେ ଅର୍ଥମନ୍ତ୍ରୀ।

ଏଥର ରାଜ୍ୟ ବଜେଟ୍‌ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ଡିଜିଟାଲ ବଜେଟ୍‌ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟ୍‌କୁ ‘ଗ୍ରୀନ୍‌ ବଜେଟ୍‌’ କହି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

ବଜେଟ୍‌ ପୁସ୍ତିକା ଛାପିବା ପାଇଁ ବହୁ ବହୁ କାଗଜ ଦରକାର ପଡ଼ିଥାନ୍ତା। ପ୍ରାୟ ୭୫ ଲକ୍ଷର ପୃଷ୍ଠା ଛପା ହୋଇଥାନ୍ତା। ଏଥିପାଇଁ ୧୦୦ ଗଛ ବଳି ପଡ଼ିଥାନ୍ତା। ଏଣୁ ଗଛର ସୁରକ୍ଷା ପାଇଁ ଏଥର ଡିଜିଟାଲ ପ୍ରକ୍ରିୟା ଉପରେ ବଜେଟ୍‌ ଉପସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here