ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କୃଷି ଗବେଷଣା, ଶିକ୍ଷା ଓ ସଂପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଏହି ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ ଏକ୍ସଲେନ୍ସରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଏହା ଫଳରେ କୃଷି ଗବେଷଣା ଓ ସଂପ୍ରସାରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ସୃଷ୍ଟି ହୋଇପାରିବ। ଚଳିତ ବଜେଟରେ ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ୨୦୧୯-୨୦ ବ୍ୟୟବରାଦ ତୁଳନାରେ ୫ ଗୁଣା ଅଧିକ।

Tags: #Budget2023-24 #OdishaBudget #OdishaAssembly #BudgetSession #Financeminister #NiranjanPujari #OUAT

Comment