ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ବଜେଟ ଉପସ୍ଥାପନ କରିଛନ୍ତି। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ।

  • ୨୦୨୩- ୨୪ ବଜେଟରେ ବନ ବିଭାଗ ପାଇଁ ୨ ହଜାର ୧୮୪ କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ଶକ୍ତି ଶକ୍ତି ସରଂକ୍ଷଣ କାର୍ଯ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କା
  • ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ
  • ବେଜେଟରେ ଶକ୍ତି ବିଭାଗ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ
  • ବିଜୁ ପକ୍କା ଘର ଯୋଜନାରେ ୪୮୭ କୋଟି ଟଙ୍କା ବ୍ୟୟବରାଦ
  • ୪୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ପେନସନ ଯୋଜନା ପାଇଁ ୩,୮୩୩ ଟଙ୍କା
  • ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୪,୨୯୯ କୋଟି ଟଙ୍କା ବ୍ୟୟବରାଦ
  • ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ କରାଯିବେ ଶିକ୍ଷାର୍ଥୀ, ସେମାନଙ୍କ ପାଇଁ ମାଗଣା ରହିବା ଖାଇବା ବ୍ୟବସ୍ଥା
  • ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା, ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ,ଏଥିଲାଗି ୮୧୧ କୋଟି ଟଙ୍କା ବ୍ୟୟବରାଦ
  • ବଜେଟରେ କ୍ରୀଡ଼ା ପାଇଁ ୧,୨୧୭ କୋଟି ଟଙ୍କା ବ୍ୟୟବରାଦ
  • ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନା ପାଇଁ ୨୨୪ କୋଟି ଏବଂ ଐତିହ, ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀର ସମନ୍ଵିତ ବିକାଶ ପାଇଁ ୧୫୦ କୋଟ ଟଙ୍କା ବ୍ୟୟବରାଦ
  • ବଜେଟରେ ପର୍ଯ୍ୟଟନ ବିଭାଗ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ବିକାଶ ଯୋଜନା ପାଇଁ
  • ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ନିମନ୍ତେ ୩୮ ହଜାର ୪୩୭ କୋଟି ବ୍ୟୟବରାଦ
  • ଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ ୧,୩୫୮ କୋଟି
  • ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ ପାଇଁ ୬,୨୨୪ କୋଟି
  • ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟି
  • ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି
  • ବିପର୍ଯ୍ୟୟ ପରିଚାଳନା ପାଇଁ ୩,୭୦୦ କୋଟି ବ୍ୟୟବରାଦ
  • ବଜେଟରେ ଅଭ୍ୟନ୍ତରୀଣ ସୁରକ୍ଷା ପାଇଁ ୮ ହଜାର ୧୩୦ କୋଟି ବ୍ୟୟବରାଦ
  • ବଜେଟରେ ହସ୍ତତନ୍ତ ଓ ବୟନଶିଳ୍ପ ପାଇଁ ୨୧୯ କୋଟି ବ୍ୟୟବରାଦ
  • ବଜେଟରେ ଇଲେକ୍ଟ୍ରୋନିକ୍ ଓ ଇନଫରମେସନ ଟେକ୍ନୋଲୋଜି ବିଭାଗ ପାଇଁ ୩୫୬ କୋଟି ବ୍ୟୟବରାଦ
  • ଆମ ବସଷ୍ଟାଣ୍ଡ ଯୋଜନା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ
  • ବିଦେଶକୁ ବିମାନ ଉଡ଼ାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ
  • ରାସ୍ତା, ବ୍ରିଜ, ରେଳ, ଓ ଏୟାରପୋର୍ଟ ବିକାଶ ପାଇଁ ୧୯ହଜାର ୪୫୨ କୋଟି ଟଙ୍କା ବ୍ୟୟବରାଦ
  • ଛାତ୍ରଛାତ୍ରୀଙ୍କୁ ମାଗଣା ସାକକେଲ ଦେବା ଯୋଜନା ପାଇଁ ୧୫୫ କୋଟି ଟଙ୍କା
  • ମୋ ସ୍କୁଲ ଯୋଜନାରେ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି
  • ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ୩୪ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ପାଇଁ ୧୩୯ କୋଟି ବ୍ୟୟବରାଦ ଏଥିରେ ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର ଓ ୨୦୦୦ ମେଧାବୀଙ୍କୁ ବୃତ୍ତି
  • ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ ଓ ୪୧୯ ପ୍ରଧାନଶିକ୍ଷକ ପୁରସ୍କୃତ ହେବେ, ପ୍ରାଥମିକ ବିଦ୍ୟାଳୟର ୩୫୦ ପ୍ରଧାନଶିକ୍ଷକ ଓ ୩୧୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ମାଧ୍ୟମିକ ସ୍ତରରେ ୪୧୯ ଟି ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ମିଳିବ ପୁରସ୍କାର
  • ୧୦୬ ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ
  • ୨୦୨୩ ସୁଦ୍ଧା ସମସ୍ତ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ମାର୍ଟ ଲର୍ଣ୍ଣି ସେଣ୍ଟର ଲୋକାର୍ପିତ ହେବ
  • ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପାଇଁ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି
  • ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ଓ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ବ୍ୟୟବରାଦ
  • କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ପାଇଁ ୩,୦୦୩ କୋଟି ବ୍ୟୟବରାଦ
  • କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ ପାଇଁ ୧୪୦୦ କୋଟି ବ୍ୟୟବରାଦ
  • ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟି ଟଙ୍କାରେ ୧୪୭ ଟି ହସ୍ପିଟାଲର ରୂପାନ୍ତରିକରଣ
  • ୧୦୮ ଅମ୍ବୁଲାନ୍ସ ସେବାରେ ସାମିଲ ହେବ ଆଉ ୨୩୬ଟି ଗାଡ଼ି, ଏଥିପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କା
  • ୨୦୨୩ରେ ୫୦୦୦ ଡାକ୍ତର ଓ ୯୦୦୦ ନର୍ସଙ୍କୁ ମିଳିବ ନିଯୁକ୍ତି
  • ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ୩,୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମର ବ୍ୟୟବରାଦ ୧୨ ହଜାର ୩୧ କୋଟି ଟଙ୍କା
  • ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟବରାଦ
  • କୃଷି ବଜେଟ ପରେ ସାଧରଣ ବଜେଟ ଉପସ୍ଥାପନ
  • ଆଗାମୀ ୫ ବର୍ଷ ଭିତରେ ଜଳ ଭିତ୍ତିଭୂମି ବିକାଶ ନିମନ୍ତେ ୭୫ କୋଟି ଟଙ୍କା
  • ଅଚଳ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ନିମନ୍ତେ ୧୯୧ କୋଟି
  • ବିଜୁ କୃଷକ ବିକାଶ ଯୋଜନାରେ ୧୫୦୦ଟି ଉଠା ଜଳସେଚନ ବ୍ୟବସ୍ଥା ପାଇଁ ୪୦୦ କୋଟି ବ୍ୟୟବରାଦ
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬୦୦ କୋଟି
  • ସବୁ ଜିଲ୍ଲାରେ ମିଲେଟ ମିଶନର ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ
  • ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ
  • ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ବେଜେଟରେ ୯୬୧ କୋଟି
  • ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ  ୨୧୦ କୋଟି ବ୍ୟୟବରାଦ
  • ମତ୍ସଚାଷ ପାଇଁ ବ୍ଲୁ ରିଭୋଲ୍ୟୁସନ ଯୋଜନା ପାଇଁ ୧୮୦ କୋଟି
  • ଚଳିତ ବର୍ଷ ୧୦ ହଜାର ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ
  • ସାର କିଣା ପାଇଁ ସୁଧମୁକ୍ତ ଋଣ ପାଇଁ ୨୦୦ କୋଟି ଟଙ୍କା
  • କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପ୍ରୋତ୍ସାହନ ପାଇଁ ୩୭୬ କୋଟି ବ୍ୟୟବରାଦ
  • କୃଷି ଯନ୍ତ୍ରପାତି ରିହାତି ପାଇଁ ୩୮୮ କୋଟି
  • ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପାଇଁ ୮୫୪ କୋଟି
  • ଚାଷୀ ଋଣ ସୁଧ ରିହାତି ପାଇଁ ୮୬୮ କୋଟି ବ୍ୟୟବରାଦ
  • ପଣସ ମିଶନ ପାଇଁ ୯ କୋଟି ଏବଂ ଛତୁ ଓ ଫୁଲଚାଷ ପାଇଁ ୧୦୦ କୋଟି
  • ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ପାଣ୍ଠି
  • କୃଷି ପାଇଁ ୧୬୬ କୋଟିରେ ଓୟୁଏଟିରେ ହେବ ସେଣ୍ଟର ଅଫ ଏକ୍ସଲେନ୍ସ
  • ଉଦ୍ୟାନ କୃଷି ପାଇଁ ୩୮୧ କୋଟି, କାଳିଆ ଯୋଜନା ପାଇଁ ୧୮୭୯ କୋଟି ବ୍ୟୟବରାଦ
  • ଚଳତିବର୍ଷ କୃଷି ପାଇଁ ୨୦ ପ୍ରତିଶତ ଅଧିକ ବ୍ୟୟବରାଦ
  • ବିଧାନସଭାରେ ସ୍ଵତନ୍ତ୍ର କୃଷି ବଜେଟ ଉପସ୍ଥାପନ
  • କୃଷି କ୍ଷେତ୍ର ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ
  •  ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରୁ ୧ ଲକ୍ଷ ୮୪ ହଜାର ୫୦୦ କୋଟି ଟଙ୍କା ରାଜସ୍ୱ ପ୍ରାପ୍ତିରୁ ଆସିବ , ଅନ୍ୟ ୪୫ ହଜାର ୫୦୦ କୋଟି ଟଙ୍କା ଋଣ ଓ ଅନ୍ୟନ୍ୟ ବାବଦରୁ ଭରଣା କରାଯିବ
  • ଅତିରିକ୍ତ ଭାବେ ଋଣ ଓ ଅଗ୍ରିମ ଅନୁଦାନ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୨ ହଜାର ୪୨୧ କୋଟି ଟଙ୍କା ବ୍ୟୟବରାଦ
  • ମୋଟ ୨ ଲକ୍ଷ ୩୦ ହାଜର କୋଟି ଟଙ୍କାର ଓଡ଼ିଶା ବଜେଟରୁ ୫୪ ହଜାର ୬୮୩ କୋଟି ଟଙ୍କା ପୁଞ୍ଜି ବ୍ୟୟ କରାଯିବ
  • ବଜେଟରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଭିତ୍ତିଭୂମି ବିକାଶ ଓ ରୋଜଗାର ଉପରେ ଫୋକସ
  • ୨୦୨୩-୨୪ ମୋଟ ୨ ଲକ୍ଷ ୩୦ ହାଜର କୋଟି ଟଙ୍କାର ଓଡ଼ିଶା ବଜେଟ

Tags: #Budget2023-24 #OdishaBudget #OdishaAssembly #BudgetSession #Financeminister #NiranjanPujari #Odisha

Comment