ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଜେଟ୍‌ ପୁସ୍ତିକା ଭେଟି ଦେଇଥାନ୍ତି । ହେଲେ ଏଥର ପୁସ୍ତିକା ଛପା ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପେନ୍‌ଡ୍ରାଇଭ୍‌ ଓ ଟ୍ୟାବ୍‌ରେ ବଜେଟ୍‌ ଭେଟି ଦେଇଛନ୍ତି ଅର୍ଥମନ୍ତ୍ରୀ।

ଏଥର ରାଜ୍ୟ ବଜେଟ୍‌ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ଡିଜିଟାଲ ବଜେଟ୍‌ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟ୍‌କୁ ‘ଗ୍ରୀନ୍‌ ବଜେଟ୍‌’ କହି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

ବଜେଟ୍‌ ପୁସ୍ତିକା ଛାପିବା ପାଇଁ ବହୁ ବହୁ କାଗଜ ଦରକାର ପଡ଼ିଥାନ୍ତା। ପ୍ରାୟ ୭୫ ଲକ୍ଷର ପୃଷ୍ଠା ଛପା ହୋଇଥାନ୍ତା। ଏଥିପାଇଁ ୧୦୦ ଗଛ ବଳି ପଡ଼ିଥାନ୍ତା। ଏଣୁ ଗଛର ସୁରକ୍ଷା ପାଇଁ ଏଥର ଡିଜିଟାଲ ପ୍ରକ୍ରିୟା ଉପରେ ବଜେଟ୍‌ ଉପସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି।

Comment