ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ର ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ର। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହି ବଜେଟ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିବ। ଏହି ବଜେଟ୍‌ରେ ଅନେକ ଆକର୍ଷଣୀୟ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି।

ବଜେଟ୍ ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ ପ୍ରସ୍ତାବ ମଗାଯାଇଛି। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ପ୍ରଥମେ ଅନ୍ତରୀଣ ବଜେଟ୍ ଘୋଷଣା କରାଯିବ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂତନ ସରକାର ଗଠନ ହେବା ସହ ପୂର୍ଣ୍ଣାଙ୍ଗା ବଜେଟ ଘୋଷଣା କରାଯିବ।

ଅର୍ଥ ମନ୍ତ୍ରାଳୟ ଅଧୀନରେ ରହିଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗକୁ ଆସନ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ଅକ୍ଟୋବର ଦ୍ଵିତୀୟ ସପ୍ତାହରୁ ପ୍ରାକ୍ ବଜେଟ ଆଲୋଚନାର ଆରମ୍ଭ ହୋଇ ଆସନ୍ତା ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ବିଭିନ୍ନ ଯୋଜନାରେ ହେବାକୁ ଥିବାର ଖର୍ଚ୍ଚ, ମନ୍ତ୍ରାଳୟ ଓ ବିଭାଗଗୁଡ଼ିକ ଶେଷ ହେବା ପରେ ଅନ୍ତରୀଣ ବଜେଟର ଏକ ରୂପରେଖ ସାମ୍ନାକୁ ଆସିବ।

ଅନ୍ତରୀଣ ବଜେଟ୍‌କୁ ଆସନ୍ତା ୨୦୨୪ ମସିହା ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ କରିଯିବାର ସମ୍ଭାବନା ରହିଛି। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷଷ୍ଠ ବଜେଟ୍ ହେବ। ୨୦୧୯ ଜୁଲାଇରେ ସେ ନିଜର ପ୍ରଥମ ବେଜଟ୍ ଉପସ୍ଥାପନ କରିଥିଲେ।

Tags: #Budget #UnionBudget #MinistryOfFinance #NirmalaSitaraman

Comment