ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମୟରେ ଦେଶର ୮୩ ପ୍ରତିଶତ ହୋଟେଲ ଓ ରେସ୍ତୋରାଁ ବନ୍ଦ ଥିବା ବିଷୟ ଏକ ସର୍ଭେରୁ ଜଣାପଡିଛି। ଖାଦ୍ୟ ଯୋଗାଣ କମ୍ପାନି ଜମାଟୋ ଦ୍ୱାରା ଏହି ସର୍ଭେ କରାଯାଇଥିଲା।

ସର୍ଭେରୁ ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ ମହାମାରୀ ଯୋଗୁଁ ୧୦ ପ୍ରତିଶତ ରେସ୍ତୋରାଁ ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି। ଠିକ ସେହିଭଳି  ମହାମାରୀ ଯିବା ପରେ ବି ୩୦ ପ୍ରତିଶତ ରେସ୍ତୋରାଁ ଆଉ ଖୋଲିବାର ସମ୍ଭାବନା ନାହିଁ।BGUଅବଶିଷ୍ଟ ୪୩ ପ୍ରତିଶତ ରେସ୍ତୋରାଁ ହିଁ ଆଗାମୀ ଦିନରେ ବ୍ୟବସାୟ ଆରମ୍ଭ କରିବେ ଯେତେବେଳେ କରୋନା ସ୍ଥିତି ସୁଧୁରିବ। ଦେଶରେ ରେସ୍ତୋରାଁ ବ୍ୟବସାୟର ଭବିଷ୍ୟତକୁ ନେଇ ଅଗଷ୍ଟ ପହିଲାରେ ଏହି ସର୍ଭେ କରାଯାଇଥିଲା। ସମଗ୍ର ଦେଶର ୧୫ ହଜାର ରେସ୍ତୋରାଁ ଏହି ସର୍ଭେରେ ଭାଗ ନେଇଥିଲେ।

Comment