ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶାର ଗଣପର୍ବ ରଜ। ପ୍ରତିବର୍ଷ ସାରା ରାଜ୍ୟରେ ଓଡ଼ିଆମାନେ ଏହାକୁ ପାଳନ କରନ୍ତି। ହେଲେ ଏଥର କରୋନା ଯୋଗୁଁ ଫିକା ପଡ଼ିଯାଇଛି ରଜ ପର୍ବ। ରବିବାର ପହିଲି ରଜରେ ସଟ୍‌ଡାଉନ୍‌ ରହିଛି ରାଜ୍ୟର ୧୧ ଜିଲ୍ଲା। ଚାରିଆଡ଼େ କଟକଣା ଯୋଗୁଁ ରଜ ପର୍ବରେ ଏଥର ମଉଜ ଦେଖିବାକୁ ମିଳୁନାହିଁ।

ପ୍ରତିବର୍ଷ ପହିଲି ରଜରେ ଗାଁଠୁ ସହର ଉତ୍ସବମୁଖର ହୋଇଉଠେ। ଘରେ ଘରେ ତିଆରି ହୁଏ ପୋଡ଼ ପିଠା ଆଉ ମିଠା। ତା ସାଙ୍ଗକୁ ଜମୁ ଥାଏ ଦୋଳି ଖେଳ। ହେଲେ ଏଥର ରଜରେ ଏସବୁ ଦେଖିବାକୁ ମିଳୁନାହିଁ।

କରୋନା ଯୋଗୁଁ ରାଜ୍ୟ ସରକାର ରଜ ପର୍ବ ଉପରେ କଟକଣା ଲଗାଇଛନ୍ତି। ଏହାସହ ରବିବାର ସଟ୍‌ଡାଉନ୍‌ ଥିବାରୁ ରାଜ୍ୟର ୧୧ ପ୍ରମୁଖ ଜିଲ୍ଲା ବନ୍ଦ ରହିଛି। ଅନ୍ୟପକ୍ଷରେ ରଜରେ ବେପାରୀମାନେ ମଧ୍ୟ ଅନେକ କ୍ଷତି ସହିଛନ୍ତି। ଏଥର ପହିଲି ରଜ ରବିବାର ପଡୁଛି ହେଲେ ଆମିଷ ଦୋକାନ ବନ୍ଦ ରହିଛି। ସେଥିପାଇଁ ଆମିଷ ଦୋକାନୀ ଏଥର ଅନେକ କ୍ଷତି ସହିଛନ୍ତି।

ଅନ୍ୟପକ୍ଷରେ ରଜପର୍ବରେ କିଛି ଜିଲ୍ଲା କଟକଣା ଜାରି କରିଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୋଳି ଖେଳ ଓ ଭୋଜିଭାତ ଉପରେ କଟକଣା ସହ ଗହଳି ନକରିବାକୁ ମଧ୍ୟ କୁହାହୋଇଛି।

LEAVE A REPLY

Please enter your comment!
Please enter your name here