ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଯେଉଁ ଫଳର ମୂଲ୍ୟ କେଜିକୁ ୪ ଶହ କିମ୍ବା ୫ ଶହ ଥାଏ, ତାକୁ କିଣିବା ବେଳେ ଆମକୁ ମହଙ୍ଗା ଲାଗେ। କିନ୍ତୁ ଏମିତି ବି କିଛି ଫଳ ଅଛି ଯାହା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଏ। ଆଜି ଆମେ ଆପଣଙ୍କୁ ଦୁନିଆର ଏପରି କିଛି ମହଙ୍ଗା ଫଳ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସାଧାରଣ ଲୋକ କିଣିବାକୁ ଚିନ୍ତା ମଧ୍ୟ କରିପାରିବ ନାହିଁ।

ଯୁବ୍ରି ତରଭୁଜ

ଏହା ଦୁନିଆର ସବୁଠାରୁ ମହଙ୍ଗା ଫଳ। ଏହା ଜାପାନରେ ବିକ୍ରି ହୁଏ, କାରଣ ଏହା ଜାପାନ ବାହାରୁ କ୍ୱଚିତ୍ ରପ୍ତାନି ହୁଏ। ଏହି ତରଭୁଜ ସୂର୍ଯ୍ୟ କିରଣଠାରୁ ଦୂରରେ ଥିବା ଏକ ସବୁଜ ଗୃହରେ ଚାଷ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତରଭୁଜର ଏକ ୧ କେଜିକୁ ୧୦ ଲକ୍ଷ ଟଙ୍କା।

ତାଇୟୋ ନୋ ଟାମାଗୋ

ଏହା ଏକ ଭିନ୍ନ ପ୍ରକାରର ଆମ୍ବ, ଯାହାକୁ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଏ। ଏହା ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ। ଏହି ଆମ୍ବର ଏକ କିଲୋର ମୂଲ୍ୟ ତିନି ଲକ୍ଷରୁ ଅଧିକ ଅଟେ।

ରୋମାନ୍ ଅଙ୍ଗୁର

ଏହା ହେଉଛି ରୋମାନ୍ ଅଙ୍ଗୁର। ଏହି ପ୍ରଜାତିର ଅଙ୍ଗୁର ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରେ ଅଛି। ଗତ ବର୍ଷ ଏହି ଅଙ୍ଗୁରର ଏକ ପେନ୍ଥା ୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଯେଉଁଥିରେ ୨୪ଟି ଅଙ୍ଗୁର ଥିଲା।

ଆପଣ କେବେ ଚାରି କଣିଆ ତରଭୁଜ ଦେଖିଛନ୍ତି କି? ହଁ, ଦୁନିଆରେ କେବଳ ଗୋଲାକାର ନୁହେଁ ବରଂ ଚାରିକଣିଆ ତରଭୁଜ ମଧ୍ୟ ଅଛି। ସେଗୁଡିକ ଜାପାନରେ ଚାଷ କରାଯାଏ। ଗୋଟିଏ ତରଭୁଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା, ଯାହାର ଓଜନ ପ୍ରାୟ ପାଞ୍ଚ କିଲୋ

LEAVE A REPLY

Please enter your comment!
Please enter your name here