ଓଡ଼ିଶାଲାଇଭ୍ ବ୍ୟୁରୋ

ନଦୀରେ ବୁଡ଼ି ଭାଉଜ-ଦିଅରଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳରେ। ସୋମବାର ସନ୍ଧ୍ୟାରେ କନିଆଜଡ଼ି ନଦୀ ପାର୍ ହେଉଥିବା ବେଳେ ନଦୀରେ ଭାସି ଯାଇଥିଲେ। ସେମାନଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଏଥିରୁ ବର୍ତ୍ତି ଯାଇଛନ୍ତି।
ସୋମବାର ସନ୍ଧ୍ୟାରେ ଚଇତୁ ପରଜା ଓ ତାଙ୍କ ଭାଉଜ ଜଲବା ପରଜା ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କଳାପଡାରରୁ ଡେଙ୍ଗାକୁସୁମଗୁଡାକୁ ଯାଉଥିଲେ। ହେଲେ କନିଆଜଡି ନଦୀ ପାର ହୋଇ ଯାଉଥିବା ବେଳେ ନଦୀରେ ଗୋଡ଼ ଖସି ଯିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ନିକଟସ୍ଥ ଗ୍ରାମବାସୀ ବୈପାରିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ମହାନ୍ତି ନିଜ ଟିମ ସହ ଘଟଣା ସ୍ଥଳରେ ପହଁଚିଥିଲେ। ରାତି ହେବା ଯୋଗୁଁ ବହୁ ସମୟ ଖୋଜାଖୋଜି କରିବା ପରେ ଶେଷରେ ଭାଉଜ ଓ ଦିଅରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏନେଇ ବୈପାରିଗୁଡା ଥାନାରେ ଏକ ମାମଲାରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


















