ଓଡ଼ିଶାଲାଇଭ୍ ବ୍ୟୁରୋ
ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଘରୋଇ କ୍ଷେତ୍ରରେ ୪୧ଟି କୋଇଲା ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଦେଶବାସୀଙ୍କୁ ସମ୍ଵୋଧନ କରିଛନ୍ତି ମୋଦୀ।
“କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଏଭଳି ସଙ୍କଟ ସମୟକୁ ଆମେ ସୁଯୋଗରେ ପରିଣତ କରିବା। ଶକ୍ତି କ୍ଷେତ୍ରରେ ସ୍ଵାବଲମ୍ଵୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ କରିବା ଓ ରପ୍ତାନୀ ବୃଦ୍ଧି କରିବା ବର୍ତ୍ତମାନର ମୂଳ ଲକ୍ଷ୍ୟ” ଦେଶବାସୀଙ୍କୁ ସମ୍ଵୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁନିୟମ, ସାର, ଇସ୍ପାତ କ୍ଷେତ୍ରକୁ ଅଧିକ ସୁଯୋଗ ମଧ୍ୟ ମିଳିବ। ୨୦୩୦ ମଧ୍ୟରେ ଶହେ ମିଲିୟନ ଟନ୍ କୋଇଲାକୁ ଗ୍ୟାସ ଲକ୍ଷ୍ୟ ରହିଛି। ଏଥିପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ।
ପୂର୍ବ ଓ କେନ୍ଦ୍ର ଭାରତର ବିକାଶ ପାଇଁ ଏହା ଏକ ବଡ଼ ମାଧ୍ୟମ ହେବ। ଦେଶରେ ୧୬ଟି ଆକାଂକ୍ଷୀ ଜିଲ୍ଲାରେ ବଡ଼ କୋଇଲା ଖଣି ରହିଛି। କୋଇଲା ଖଣି ଥିଲେ ମଧ୍ୟ ସେଠିକା ଲୋକ ବେଶି ଲାଭ ପାଉନାହାନ୍ତି। ନିଜ ଘର ଲୋକଙ୍କୁ ଛାଡ଼ି ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।
ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଇଲା ଖଣି ଥିବା ଅଞ୍ଚଳରେ ବିକାଶ ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବ। ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି। ଆମେ ନିଶ୍ଚିତ କରିବା ଯେ ଆମକୁ ଆତ୍ମନିର୍ଭର ଭାରତ କରିବାର ଅଛି। ଖୁବଶୀଘ୍ର ଆମେ ମହତ୍ଵପୂର୍ଣ୍ଣ ମେଡିକାଲ ଦ୍ରବ୍ୟ ବି ରପ୍ତାନୀ କରିବା