ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ବର୍ଷ ପାଇଁ ଏକଲବ୍ୟ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଆହ୍ଵାନ କରାଯାଉଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ରାଜ୍ୟ କ୍ରୀଡ଼ା ସଂଗଠନ, ବୋର୍ଡ, ସଂଘ, ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ।
ବୟସ
ପ୍ରାର୍ଥୀଙ୍କ ବୟସ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୫ ବର୍ଷରୁ କମ୍ ହୋଇଥିବ।
ପ୍ରମାଣପତ୍ର
ପ୍ରାର୍ଥୀ ନିଜ ବୟସ ପ୍ରମାଣପତ୍ର ସହ ଗତ ଦୁଇ ବର୍ଷର ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ହାସଲ କରିଥିବା ପ୍ରମାଣପତ୍ର ସହ ଦରଖାସ୍ତ ଦାଖଲ କରିବେ।
କେମିତି କରିବେ ଆବେଦନ?
ପ୍ରାର୍ଥୀ ନିଜ ଦରଖାସ୍ତକୁ ଏକଲବ୍ୟ ପୁରସ୍କାର, ଇମ୍ଫା ଟ୍ରଷ୍ଟ, ବମିଖାଲ, ଭୁବନେଶ୍ଵର, ପିନ୍- ୭୫୧୦୧୦କୁ ଅଗଷ୍ଟ ୩୧ ସୁଦ୍ଧା ପଠାଇବେ। କିମ୍ଵା ekalabya@imfa.in କୁ ଇମେଲ କରିପାରିବେ।


















