ଓଡ଼ିଶାଲାଇଭ୍ ବ୍ୟୁରୋ

  • ସନ୍ଧ୍ୟାରେ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକ
  • ସୁପ୍ରିମକୋର୍ଟଙ୍କ ରାୟ ପାଇବା ପରେ ବସିବ ବୈଠକ
  • ରଥଯାତ୍ରା ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ରଥଯାତ୍ରା ଆୟୋଜନ ନେଇ ଏବେ ମାମଲା ସୁପ୍ରିମକୋର୍ଟରେ ରହିଛି। ଆଜି ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବା ପରେ ସନ୍ଧ୍ୟାରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।

ରଥଯାତ୍ରା ଆୟୋଜନ ହେବା ନେଇ ସୁପ୍ରିମକୋର୍ଟଙ୍କ ତରଫରୁ ସବୁଜ ସଙ୍କେତ ମିଳୁଛି। ତେଣୁ ରଥଯାତ୍ରାକୁ କିଭଳି ଭାବେ ଆୟୋଜନ କରାଯିବା ସହିତ ମହାପ୍ରଭୁଙ୍କ ବିଧିରକ୍ଷା ହୋଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ରଥଯାତ୍ରା ଥିବାରୁ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ବୈଠକରେ ରଥଯାତ୍ରା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଉଠା ଦୋକାନୀମାନଙ୍କୁ ଖାଲି କରାଯାଉଛି। ଅପରାହଣ ୪ଟା ସୁଦ୍ଧା ସବୁ ଦୋକାନୀଙ୍କୁ ବଡ଼ଦାଣ୍ଡରୁ ଉଠିବାକୁ ନିର୍ଦ୍ଦେଶ ଦିିଆଯାଇଛି।

Comment