ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ପମ୍ପରେ ଆରମ୍ଭ ହେଲା ଆତ୍ମନିର୍ଭର ଅଭିଯାନ। ପେଟ୍ରୋଲ ପମ୍ପରେ ଆପଣ ନିଜେ ଯାଇ ପେଟ୍ରୋଲ ଭରିବେ ଏବଂ ଟଙ୍କା ଦେଇ ଚାଲିଆସିବେ। କୋଭିଡ୍ କଟକଣାକୁ ଆଖି ଆଗରେ ରଖି ପୁନେର ଏକ ପେଟ୍ରୋଲ ପମ୍ପରେ ଏଭଳି ବ୍ୟବସ୍ଥା କରାଯାଇଛି।

ଏହି ପେଟ୍ରୋଲ ପମ୍ପରେ ଏବେ ଲୋକମାନେ ନିଜେ ଯାଇ ପେଟ୍ରୋଲ ଭରୁଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଥମେ ହାତ ସଫା କରିବାକୁ ପଡୁଛି। ଏହାପରେ କର୍ମଚାରୀଙ୍କ ସହାୟତାରେ ସେମାନେ ନିଜେ ନିଜ ଗାଡ଼ିରେ ତେଲ ଭରୁଛନ୍ତି। ଏହାପରେ ଟଙ୍କା ଦେଇ ଚାଲୁଆସୁଛନ୍ତି।

ପେଟ୍ରୋଲ ପମ୍ପର କର୍ମଚାରୀମାନେ ଗ୍ରାହକମାନଙ୍କୁ କିଭଳି ତେଲ ଭରିବେ ସେନେଇ କେବଳ ସାହାଯ୍ୟ କରୁଛନ୍ତି। ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ ଗ୍ରାହକମାନଙ୍କୁ କେବଳ ସହାୟତା କରୁଛନ୍ତି। ଗ୍ରାହକମାନେ ମଧ୍ୟ ନିଜେ ନିଜର ତେଲ ପକାଉଥିବା ଦେଖିବାକୁ ମିଳିଛି।

କରୋନାଠୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ଏହି ସାମାଜିକ ଦୂରତାକୁ ବଜାୟ ରଖିବାକୁ ଏବେ ଅନେକ କମ୍ପାନି ନିଜ ନିଜର କର୍ମକ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଲେଣି। ତେଣୁ ଏହି ପେଟ୍ରୋଲ ପମ୍ପରେ ମଧ୍ୟ ସାମୟିକ ପରିସ୍ଥିତିକୁ ଦେଖି ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here