ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂରେ ସମସ୍ତ ବିଧାୟକମାନଙ୍କ ସହ କଥା ହୋଇଛନ୍ତି। କୋଭିଡ୍‌ ସମୟରେ ବିଧାୟକମାନେ ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି।

‘‘ଆପଣମାନେ ସମସ୍ତେ ଆପଣଙ୍କ ଅଞ୍ଚଳର ନେତୃତ୍ୱ ନେଉଛନ୍ତି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଆପଣମାନଙ୍କ ବିଶେଷ ଖାତିର ରହିଛି। ଏହି ସଂକଟ ସମୟରେ ଲୋକମାନେ ଆପଣମାନଙ୍କ ଠାରୁ ଅନେକ କିଛି ଆଶା ରଖନ୍ତି। ବିଧାୟକ ଭାବରେ ଆପଣ, ଆପଣଙ୍କ ଅଞ୍ଚଳରେ ଅନେକ ବିକାଶ କାମ କରିଥାଇପାରନ୍ତି। କିନ୍ତୁ, ଏ କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ ଆହ୍ୱାନ ହୋଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଧାୟକମାନଙ୍କୁ କ’ଣ କହିଲେ ନବୀନ?

  • ବିଜେଡି ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦରକାର।
  • ପ୍ରତି ଗାଁରେ ଥିବା ଆମ ଦଳର ସବୁ କର୍ମୀମାନେ କୋଭିଡ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ volunteer ଭାବରେ କାର୍ଯ୍ୟ କରିବା ଦରକାର।
  • ବୟସ୍କ ଲୋକଙ୍କ ପାଇଁ ଏହି ସମୟରେ ଅଧିକ ବିପଦ ରହିଛି। ତେଣୁ ଆମେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଦରକାର।
  • ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରନ୍ତୁ।
  • ଗହଳିକୁ ଯିବା ନାହିଁ କିମ୍ବା ଗହଳି କରିବା ନାହିଁ। କିନ୍ତୁ ଲୋକଙ୍କ ସହ ଯୋଡି ହେବା ପାଇଁ ଆମେ ଟେକ୍‌ନୋଲୋଜିର ବ୍ୟବହାର କରିବା ଦରକାର।
  • ୱାର୍ଡ ସ୍ତରରେ ଗଢାଯାଇଥିବା ୫୦ ହଜାର କୋଭିଡ କେୟାର କମିଟି ଗୁଡିକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି।
  • ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ରହିବ। ଏଥିପାଇଁ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।
  • ଜୀବନଜୀବିକା ଏବଂ ଦକ୍ଷତା ବିକାଶ  କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ହେବ।

Comment