ଓଡ଼ିଶାଲାଇଭ୍ ବ୍ୟୁରୋ

korapur lamatapur

ଲକଡାଉନ ସମୟର ଫାଇଦା ଉଠାଇ ଚାଲିଛି ଚୋରା ଗଞ୍ଜେଇ କାରବାର। କୋରାପୁଟ ଜିଲ୍ଲାର ଲମତାପୁଟ ନିକଟରେ ଦୁଇଟି ଗାଡ଼ିରୁ ୧୯୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍। ଏହା ସହ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

CGU new

ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଲମତାପୁଟ ନିକଟରେ ଦୁଇଟି ଗାଡ଼କୁ ଅଟକାଇ ଥିଲା। ଗୋଟିଏ ସ୍ପିଫ୍ ଡିଜାଇର ଥିବା ବେଳେ ଅନ୍ୟଟି ସ୍କର୍ପିଓ ଥିଲା।

koraput

ଏନେଇ ମାଛକୁଣ୍ଡ ପୋଲିସ୍ ଏହି ଗାଡ଼ି ଦୁଇଟିର ଯାଞ୍ଜ କରିବା ପରେ ଏଥିରୁ ୧୯୨ କେଜି ଗଞ୍ଜେଇ ଜବତ କରିବା ସହ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଗଞ୍ଜେଇ ଜଲାପୁଟଠାରୁ ବ୍ରହ୍ମପୁର ଚାଲାଣ ହେଉଥିବାର ପୋଲିସ୍ ତଦନ୍ତରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here