ଓଡ଼ିଶାଲାଇଭ୍ ବ୍ୟୁରୋ

sandalwood-4

ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଛି। ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ନିତିଦିନିଆ ଜୀବନ ତଥା ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ବାୟୁମଣ୍ଡଳରେ ଘୁରି ବୁଲୁଥିବା ମାଟି, ଧୂଳି କଣିକା ଆଦି ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା ଚେହେରା ମଳିନ ଦିଶେ। ଏହା ସହ ତ୍ୱଚାରେ ଦେଖଥା ଦେଇଥାଏ ଦାଗ, ବ୍ରଣ ଆଦି ଅନେକ ସମସ୍ୟା। ଏହି ସମୟରେ ତ୍ୱଚାକୁ କେମିକାଲ ପ୍ରଡକ୍ଟଠାରୁ ମଧ୍ୟ ଦୂରେଇ ରଖିବା ଆବଶ୍ୟକ।

CGU new

ତେବେ ବିଭିନ୍ନ ଔଷଧୀୟ ଗୁଣଯୁକ୍ତ ଚନ୍ଦନର ବ୍ୟବହାର ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟୀ। ଏହା ତ୍ୱଚାକୁ ଥଣ୍ଡା କରିବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା କେତେ ଲାଭଦାୟୀ ଚନ୍ଦନ-

-ଅତ୍ୟଧିକ ଖରା ତ୍ୱଚାକୁ ମଳିନ କରିଦିଏ। ଏହି ସନଟ୍ୟାନରୁ ମୁକ୍ତି ପାଇବା ପାଇଁ ଆପଣ ଚନ୍ଦନ ବ୍ୟବହାର କରିପାରିବେ। ଏହା ଟ୍ୟାନ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

sandalwood-5

-ଏହା ତ୍ୱଚାକୁ ପୋଷଣ ଯୋଗାଇବା ସହ ଏଥିରେ ଜମିଥିବା ଅଏଲକୁ ମଧ୍ୟ ବାହାର କରିଥାଏ।

-ଖରା ଯୋଗୁଁ ତ୍ୱଚା କୁଣ୍ଡାଇ ହେବା, ତ୍ୱଚା ଲାଲ୍ ପଡ଼ିବା ଆଦି ବିଭିନ୍ନ ସମସ୍ୟା ଦେଖାଦିଏ। ଚନ୍ଦନରେ ରହିଛି ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ତେଣୁ ଏହାର ଲେପ ଲାଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

sandalwood-2

-ପୋକ କାମୁଡ଼ିବା ବା କୌଣସି ଘା’ ରେ ଚନ୍ଦମ ତେଲ ଲଗାଇଲେ ଏହା ଶୀଘ୍ର ଭରିଥାଏ।

-ଚନ୍ଦନରେ ଥିବା ପ୍ରୋଟିନ୍ ତ୍ନଚାକୁ ଆଲର୍ଜିରୁ ଦୂରରେ ରଖେ।। ସ୍କିନକୁ ଟାଇଟ୍ ରଖିବା ସହ ଏହା ସ୍କିନକତୁ ସଫା ରଖେ। ସେଥିପାଇଁ ଅଧିକାଂଶ ଫେସପ୍ୟାକରେ ଚନ୍ଦନ ବ୍ୟବହୃତ ହୋଇଥାଏ।

sandalwood-1

-ଧୂଳି, ମାଟି, ଜାବୀଣୁ ଆଦିର ସଂସ୍ପର୍ଶରେ ଆସୁଥିବା ତ୍ୱଚାରେ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ତେବେ ଚନ୍ଦନ ପାଉଡରରେ କ୍ଷୀର ମିଶାଇ ଲଗାଇବା ଦ୍ୱାରା ଏହା ତ୍ୱଚାକୁ ଭିତରକୁ ଯାଇ ଏହାକୁ ସଫା କରେ ଏବଂ ପୋଷଣ ଯୋଗାଏ।

LEAVE A REPLY

Please enter your comment!
Please enter your name here