ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁରବାସୀଙ୍କୁ ଭୁବନେଶ୍ୱର ଓ କଟକକୁ ଯିବାକୁ ବାରଣ। ଏହି ଦୁଇ ସହରରେ ଏବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଏଭଳି ଅପିଲ୍ କରିଛନ୍ତି।
ବର୍ତ୍ତମାନ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏହି ଦୁଇ ସହରକୁ ଯିବାଆସିବାକୁ ମନା କରିଛନ୍ତି ଜିଲ୍ଲାପାଳ। ଏଥିସହ ଯଦି ଜରୁରୀ କିଛି କାମ ଅଛି ତେବେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଯିବାକୁ କୁହାଯାଇଛି।
ଏଥିସହିତ ଜିଲ୍ଲା ଭିତରେ ମଧ୍ୟ କୌଣସି ଲୋକ ସରକାରୀ ଅଫିସ ନଯାଆନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି। ଜରୁରୀ କାମ ନଥିଲେ କେହି ବି ଲୋକ ସରକାରୀ ଅଫିସ ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମଧ୍ୟ ଅନୁଗୁଳ, ଗଞ୍ଜାମ, ମାଲକାନଗିରି ଆଦି ଜିଲ୍ଲାରେ ଏଭଳି କଟକଣା ଦେଖିବାକୁ ମିଳିଛି।


















